କଂସ ଦରବାରରେ ଉଠିଲା ଟିକ୍ରାପଡ଼ା ବ୍ଲକ ଦାବୀ: ସବୁ ସ୍ତରରୁ ପ୍ରବଳ ସମର୍ଥନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରସିଦ୍ଧ ମହାଶିବରାତ୍ରମେଳା ସମ୍ପନ୍ନ ହୋଇଯାଇଛି। ମମତା ରାଜପଲିଆ, ହୃଦାନନ୍ଦ ରାଜପଲିଆ କର୍ତ୍ତା ତଥା କୌଶଳ ପୁରୋହିତ, ଗିରୀଶ ପୁରୋହିତ, ଅକ୍ଷୟ ସୁଆର, ଗୌର ସୁଆର ପୂଜକ ଦାୟିତ୍ୱ ତୁଲାଇଥିଲେ। ମହୋତ୍ସବ କମିଟି ସଭାପତି ଦିଲ୍ଲୀପ ରାଜପଲିଆ, କାର୍ଯ୍ୟକାରୀ ସଭାପତି ସରପଞ୍ଚ ନରେନ୍ଦ୍ର କଲେତ, ଅକ୍ଷୟ ରଣା, ଉପଦେଷ୍ଟା ସନ୍ୟାସୀ ରାଜପଲିଆ ଅରବିନ୍ଦ ସୁପକାର, ଚନ୍ଦ୍ରମଣି ସିଂ ଦେଓ, ରମେଶ ରାଜପଲିଆ, ନାରାୟଣ ପଣ୍ଡା, ଗୌରଚନ୍ଦ୍ର ରାଜପଲିଆ, ଉପସଭାପତି ଅଦୀପ ପାତ୍ର, ସମ୍ପାଦକ ରଜନୀକାନ୍ତ ଦାସ, ସହସମ୍ପାଦକ ଭକ୍ତବନ୍ଧୁ ପଶାୟତ, ଲଳିତ ବାଗ, ରଞ୍ଜିତ ବଛା ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ମେଳା ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ରହିଥିଲେ। ଅନୁଷ୍ଠିତ କଂସ ଦରବାରରେ ଭାରତୀୟ କିଷାନ ସଙ୍ଘ ଜିଲ୍ଲା ସଭାପତି ଡା. ଶଶିଭୂଷଣ ସାହୁ, ରାଜ୍ୟ ସମ୍ପାଦକ ମୋହନ ନାଏକ, ବିଧାୟକଙ୍କ ପ୍ରତିନିଧି ସର୍ବେଶ୍ୱର ମହାପାତ୍ର, ଝିଙ୍କିଡୁଙ୍ଗୁରି ସରପଞ୍ଚ ପ୍ରତିନିଧି ବଳଦେବ ମାଝୀ, କରମତଲା ସରପଞ୍ଚ ପ୍ରତିନିଧି ପ୍ରଦୀପ ବାଗ, ଚଲକି ସରପଞ୍ଚ ପ୍ରତିନିଧି ସତ୍ୟବ୍ରତ ଭୋଇ, ଇଚ୍ଛାପଡ଼ା ସରପଞ୍ଚ ପ୍ରତିନିଧି ଚିନ୍ତାମଣି ବେହେରା, ସାମ୍ବାଦିକ ଚନ୍ଦ୍ରଭାନୁ ପଧାନ, ଧୁମାଭଟା ସରପଞ୍ଚ ବନମାଳୀ ନାୟକ ରାଜକୀୟ ଅତିଥି ଭାବେ ଯୋଗଦେଇ ଟିକ୍ରାପଡ଼ା ବ୍ଲକ ଦାବି ଯଥାର୍ଥ ବୋଲି ବକ୍ତବ୍ୟ ଦେଇଥିଲେ। ବ୍ଲକ ଦାବି ନେଇ ସବୁ ସ୍ତରରେ ଉଦ୍ୟମ କରାଯିବାକୁ କଂସ ମହାରାଜ ନିର୍ଦ୍ଦେଶ ଦେଇଥିଲେ। ଅନ୍ତର୍ଯ୍ୟାମୀ ରାଜପଲିଆ ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.