ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଅଁ ଦିବସ ପାଇଁ ଡାବୁଗାଁ ଠାରେ ନିମନ୍ତ୍ରଣ କାର୍ଡ ବାଣ୍ଟିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଏକ୍ସବୋର୍ଡ ୟୁଜି ଏମ ସ୍କୁଲ ତରଫରୁ ବିଦ୍ୟାଳୟ ଅଧୀନସ୍ଥ ସାହି ଓ ପଡା ଗୁଡ଼ିକରେ ବୁଲି ଶିକ୍ଷା ସଚେତନତା ପାଇଁ, ଆଗାମୀ ଶିକ୍ଷା ବର୍ଷରେ ବିଦ୍ୟାରମ୍ଭ କରିବାକୁ ମନୋନୀତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭେଟି ଆଗାମୀ ଅପ୍ରେଲ ୨ ରେ ବିଦ୍ୟାଳୟରେ ହେବାକୁ ସ୍ଥିରୀକୃତ “ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ” ପାଳନ ନିମନ୍ତେ ରାଜ୍ୟ ସରକାରଙ୍କର ନିମନ୍ତ୍ରଣ ପତ୍ର ସହ ଫୁଲତୋଡ଼ା ଦେଲେ। ବର୍ତ୍ତମାନ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯିବାପରେ ସମଗ୍ର ରାଜ୍ୟରେ ରେ ପାଞ୍ଚ ବର୍ଷ ପୂରଣ କରିଥିବା ପିଲାଙ୍କୁ ଶିଶୁ ବାଟିକା ଏବଂ ଛଅ ବର୍ଷ ପୂରଣ କରିଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି।ଏହି ନିମନ୍ତ୍ରଣ ପାତ୍ର ବଣ୍ଟନ ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜଜ ଗୁପ୍ତେ ପ୍ରସାଦ ନାଗ, ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜଜାକ ଧନଞ୍ଜୟ ବଡ଼ଜେନା,ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବନଳତା ମହାନ୍ତି ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନେକେ ସ୍ଥାନୀୟ ବିଜେପି ନେତା ମଧ୍ୟ ଉପସ୍ଥିତି ଥିଲେ।ରାଜ୍ୟ ସରକାର ତଥା ମୋହନ ସରକାର ଙ୍କ ଏଭଳି ପଦକ୍ଷେପ କୁ ଜନସାଧାରଣ ବେଶ ପ୍ରଶଂସା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.