ଲାଞ୍ଜିଗଡ଼ର ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର କ୍ଲଷ୍ଟରର ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରଭି ସନ୍ଧ୍ୟା ରାଣୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମୁଖ୍ୟଅତିଥି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଉପସ୍ଥିତରେ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରି ବିଦ୍ୟାଳୟରେ ପହଞ୍ଚିବା ପରେ ମଞ୍ଚରେ ସ୍ଥାପନ କରାଯାଇଥିଲା।ଉକ୍ତ ଉତ୍ସବରେ ଶ୍ରୀ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ବୈଦେହୀ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ସୁଢଳଦେବ ମୁଣ୍ଡ,ସିଆରସିସି କୁମାର ଗୌରବ ପରିଡ଼ା, ଶିକ୍ଷା ବିତ୍ତ ଚକ୍ରଧର ପଣ୍ଡା, ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ, ପୂର୍ବତନ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀ, ଶିକ୍ଷାବିତ୍ କାର୍ତ୍ତିକେଶ୍ବର ବେହେରା, ଉମାଶଙ୍କର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ପରେ ଦିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନଙ୍କ ଦ୍ଵାରା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତି ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସହ ଶିକ୍ଷକ ଲୋକନାଥ ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସହ ଶିକ୍ଷକ ଦେବାଶିଷ ଗଉଡ, ଶିକ୍ଷୟିତ୍ରୀ ସରସ୍ଵତୀ ଜେନା ସମେତ ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।ସେହିଭଳି ମଧୁପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝାରବନ୍ଧପଡା ପ୍ରଧାନ ଶିକ୍ଷକ ବୀରକିଶୋର ନାଏକଙ୍କ ଅଧ୍ୟକ୍ଷତାରେ, ବିଇଓ ଶ୍ରୀଯୁକ୍ତ ମେହେର, ସିଆରସିସି ଗୌରବ କୁମାର ପରିଡ଼ା, ସରପଂଚ ବୈଦେହୀ ମାଝୀ, ସମିତି ସଭ୍ୟା ସୁଚିତ୍ରା ମାଝୀ, ବରିଷ୍ଠ ଶିକ୍ଷକ ଚିନ୍ତାମଣି ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଭାଲୁ ଚଞ୍ଚରା ୟୁପି ସ୍କୁଲର ସହ ଶିକ୍ଷକ ଦଇତାରୀ ମାଝୀ, ଝାରବନ୍ଧପଡା ସ୍ଥିତ ପ୍ରାଇମେରୀ ସ୍କୁଲ ଠାରେ ମଞ୍ଚ ପରିଚାଳନା କରିଥିବା ବେଳେ ସହଯୋଗୀ ଶିକ୍ଷକ ସୁରେନ୍ଦ୍ର ବିଶ୍ବାଳ ମାନସ ରଞ୍ଜନ ଦୀପ, ରଞ୍ଜନ କୁମାର ବୁଦ୍ଧିଆ ପ୍ରମୁଖ ସହଯୋଗ କରିଥିଲେ। ସେହି ପରି କଦମଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.