ଟିକ୍ରାପଡ଼ାରେ କ୍ଷତ୍ରୀୟ ସମାଜର ଜିଲ୍ଲା ସ୍ତରୀୟ ବାସନ୍ତିକ ଦୁର୍ଗା ପୂଜା ଓ ଜିଲ୍ଲା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗାଁରେ ପାଟଣା କ୍ଷତ୍ରୀୟ ସମାଜ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବାସନ୍ତିକ ଦୁର୍ଗା ପୂଜା ଓ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ମା’ ଦୁର୍ଗା, ଭଗବାନ ଶ୍ରୀରାମଙ୍କ ପୂଜାରେ ଗଣେଶରାମ ଠାକୁର ପୂଜକ ତଥା ଚନ୍ଦ୍ରମଣି ସିଂ ଦେଓ, ରତ୍ନମାଳା ସିଂ ଦେଓ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ | ଏହା ପରେ ପୂଜା ଖଣ୍ଡା ଧାରଣ ପୂର୍ବକ ବୀର ବାଦ୍ୟ ସହ ଶତାଧିକ ମହିଳା, ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ | ଅନୁଷ୍ଠିତ ସଭାରେ କ୍ଷତ୍ରୀୟ ସମାଜ ଜିଲ୍ଲା ସଭାପତି ପ୍ରେମରାଜ ରାଜପୁତ ଅଧ୍ୟକ୍ଷତା ଓ କରମତଲା ଗୌନ୍ତିଆ ରାଜକିଶୋର ସିଂ ବୁଡ଼େକ ସଭା ସଂଯୋଜନା କରିଥିଲେ | ଦେଓଗାଁ କଲେଜ ଅଧ୍ୟକ୍ଷ ରମେଶଚନ୍ଦ୍ର ପ୍ରଧାନୀ, ଭରସୁଜା କଲେଜ ଅଧ୍ୟକ୍ଷ କିଶୋର କୁମାର ଠାକୁର, ବୁଢ଼ାବାହାଲ ଜୋନ ସଭାପତି ଉଦୟ ସିଂ ଠାକୁର, ବିଜେପି ନେତା ମହେନ୍ଦ୍ର ସିଂ ଠାକୁର, ଦିଲ୍ଲୀପ ନାୟକ (ଖଡ଼ିଆଳ ଜୋନ), ଧୁମାଭଟା ସରପଞ୍ଚ ବନମାଳୀ ନାୟକ, ଧ୍ରୁବଚରଣ ଚିନ୍ଦା (ଧରବଗଡ଼) ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | ସଭାରେ ସମାଜ ଲୋକଙ୍କ ଶୈକ୍ଷିକ, ଆର୍ଥିକ ଓ ସର୍ବବିଧ ଉତ୍ଥାନ, ନୀତି, ଆଦର୍ଶ ଆଦି ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଏହି ଅବସରରେ ସାମ୍ବାଦିକ ରମାକାନ୍ତ ରାଜପଲିଆଙ୍କୁ ସର୍ବଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ସୁଭାଷ ବୁଡ଼େକ, ବାସୁଦେବ ଚୌହାନ, ଶିବପ୍ରସାଦ ବୁଡ଼େକ, ସୀତାରାମ କରନ, କର୍ଲା ଗୌନ୍ତିଆ ଦୁର୍ଲଭ ସିଂ ବୁଡ଼େକ ମଞ୍ଚାସିନ ରହିଥିଲେ |ଧୁମାଭଟାର ଯୁବବର୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ମୋହନ ନାଏକ ଅତିଥି ପରିଚୟ ଓ ମୋହନ ସୁନ୍ଦର ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ | ନେହେରୁ ବୁଡ଼େକ, ତ୍ରୈଲୋକ୍ୟ ଚିନ୍ଦା, ରୁକ୍ମଣ ନାଏକ, ବୀରଭଦ୍ର ବୁଡ଼େକ, ଭାଗ୍ୟବନ୍ତ ବିଶି, ଗହୀର ସିଂ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.