ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ରେଗେଡା ସରକାରୀ ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖିରସାଗର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଦୀପ୍ତି ରାଣୀ ସାହୁ, ରେଗେଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର ନାଏକ, ସିଆରସିସି ପ୍ରଭାବ ରଞ୍ଜନ ବନଛୋର, ରୀନା ସାହୁ ସଭ୍ୟା, ଶାମୁକା ମିଶ୍ର ସଭ୍ୟା, ରାତ୍ର ମିର୍ଦ୍ଧା ସଭ୍ୟା, ରାଜୀବ ସାହୁ ସଭ୍ୟ ଅତିଥିଭାବେ ଉପସ୍ଥିତ ଥିବାବେଳେ ପାର୍ଥବା ସାହୁ, ଯୁଗଳ ଚୌଧୁରୀ, ଜିତେନ୍ଦ୍ର ପଣ୍ଡା, କୁଞ୍ଜ ବିହାରୀ ପଟ୍ଟନାୟକ ସହଯୋଗରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଈଶ୍ୱର ମହାକୁର ମଞ୍ଚ ପରିଚାଳନା କରିଥିବାବେଳେ ସୁମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।