ଜାମଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମଚୁଆଁ ପ୍ରାଙ୍ଗଣରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଉକ୍ତ ଉତ୍ସବର ଉଦଘାଟନୀ ସମାରୋହରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ ଭାରତ ଭୁଷଣ ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ।

ଉଦଯାପନୀ ସମାରୋହରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଲାଞ୍ଜିଗଡ ସୁଢଳଦେବ ମୁଣ୍ଡ, ଲାଞ୍ଜୀ ଗ୍ରା.ପ. ସରପଞ୍ଚ ଯମୁନା ମାଝୀ, ସାମଜସେବକ ନିରଞ୍ଜନ ବିଭାର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଘାସିରାମ ନାଏକ, ଭଟାଙ୍ଗପଦର ସିଆରସିସି ମନୋଜ କୁମାର ସାହୁ, ପୁରାତନ ଶିକ୍ଷକ ଦୂର୍ବଦଳ ପଟେଲ ତଥା ଗ୍ରାମର ଅଭିଭାବକ ଅଭିଭାବିକା ଏବଂ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

ଗ୍ରାମର କୌଣସି ପୁଅଝିଅ ଯେପରି ଶିକ୍ଷାରୁ ବଞ୍ଚିତ ନ ହେବେ, ସେଥିପ୍ରତି ଦୃଷ୍ଟିଦେବାକୁ ଏବିଇଓ ଶ୍ରୀ ମୁଣ୍ଡ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ସଂଯୋଜକ ଶ୍ରୀ ସାହୁ ପୁରାତନ ଛାତ୍ର ଏବଂ ଗ୍ରାମବାସୀଙ୍କ ସହଯୋଗରେ ବିଦ୍ୟାଳୟ ଆଗକୁ ପାଦ ଥାପିବ ବୋଲି କହିଥିଲେ। ଶିକ୍ଷା ବିଭାଗ ତରଫରୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ।

ଏହିପରି ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ବିଦ୍ୟାଳୟରେ ଏପରି ଏକ ଉତ୍ସବ ପାଳନ କରାଯାଇ ଗ୍ରାମର ସମସ୍ତଙ୍କୁ ଏଥିରେ ଅଂଶୀଦାର କରାଇ ପାରିଥିବାରୁ ପ୍ରଧାନ ଶିକ୍ଷକ ଶିବପ୍ରସାଦ ଦାସଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ପ୍ରସାଦ ଦାସ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟରେ ସ୍ୱଳ୍ପ ସଂଖ୍ୟକ ଶ୍ରେଣୀଗୃହ ଆଉ ସବୁ ସୁବିଧା ନଥିଲେ ମଧ୍ୟ ବିଦ୍ୟାଳୟକୁ ଆଗକୁ ନେବାରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଶିକ୍ଷୟତ୍ରୀ ଉର୍ବଶୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.