ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଶିକରପାଇ ପଞ୍ଚାୟତ ଅଧିନରେ ଥିବା କଟଲାଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲାଲସେନ କରକରିଆଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଲଷ୍ମୀନଗର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ଗାରାବାପୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ନାୟକ, ପ୍ରତାପ ବଛା, ଅଙ୍ଗନୱାଡି କର୍ମୀ ସୋରାଜିନୀ ଗରଡ଼ିଆ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ୱନାଥ ତିଆକା ମଞ୍ଚାସିନ ରହିଥିଲେ | ଏହି ଉତ୍ସବ ପରିପେକ୍ଷୀରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାର ପ୍ରତିଯୋଗିତା ସହ ନୃତ୍ୟ ଗୀତର ଆସର ଅନୁଷ୍ଠିତ ହୋଇଥିଲା | ଏଠାରେ ଉପସ୍ଥିତ ଅତିଥି ଓ ପ୍ରଧାନ ଶିକ୍ଷକ ଏହା ଶିକ୍ଷା ବିଭାଗର ଉତ୍ତମ ପଦକ୍ଷେପ ଏହା ଦ୍ୱାରା ଗାଁ ଗୋହଳି ରେ କୁନି କୁନି ପିଲାଙ୍କ ପାଖେ ଲୁଚି ରହିଥିବା ପ୍ରତିଭା ଲୋକଲୋଚନ କୁ ଆସିପାରିବ ବୋଲି ମତାମତ ପ୍ରଦାନ କରିଥିଲେ | ବିଦ୍ୟାଳୟର ସହକାରୀ ଶିକ୍ଷକ କେ. ଜଗନ୍ନାଥ ଦାସ ମଞ୍ଚ ପରିଚାଳନା କରିଥିଲେ |