ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଳକ ଡ଼େଙ୍ଗ ପଂଚାୟତର ବୁର୍ଡ଼ା ଗ୍ରାମରେ ଏକାଦଶୀ ପର୍ବ ଉଦଯାପନ ଉଦ୍ଦେଶ୍ୟରେ ୧୬ ପ୍ରହର ନାମଯଞ୍ଚ ପାଇଁ ଗୁରୁବାର ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସକାଳରୁ ନାମ ଆରମ୍ଭ ହୋଇ ରବିବାର ପୂର୍ଣ୍ଣାହୁତି କରିବା କାର୍ଯ୍ୟକ୍ରମ ରହିଅଛି । ପ୍ରଥମେ ଗ୍ରାମର ଶତାଧକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ନିକଟରେ ଥିବା ବଡ଼ବନ୍ଧକୁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରିବାପରେ ଭରା କଳସ ନେଇ ମଣ୍ଡପରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞରେ ମୁଖ୍ୟ ପୂଜକ ଭାବରେ ପ୍ରମୋଦ ପଣ୍ଡା ଥିବାବେଳେ ଯୁଧିଷ୍ଠିର ହୋତା, ଜପକ ରାଜେଶ କୁମାର ଦାଶ ତାଙ୍କୁ ସହଯୋଗ କରୁଛନ୍ତି । ସେହିପରି ନାମଯଜ୍ଞର କର୍ତା ଭାବରେ ଦୟାମୟ ଭୋଇ ଓ ଗୀତାଞ୍ଜଳି ମାଝୀ ଦାୟିତ୍ଵ ନିର୍ବାହ କରୁଛନ୍ତି । କଳସ ଶୋଭାଯାତ୍ରା ସମୟରେ ଦେବରାଜ ସାହୁ, ସୁବଶ ସାହୁ, ହେମନ୍ତ ଭୋଇ, ଶଙ୍କର ଖମାରୀ, ପାଣ୍ଡବ ସାହୁ, ସୁମନ୍ତ ଭୋଇ, ବିରଂଚି ରଣା, ମିତ୍ରଭାନୁ ସାଡ଼ୁ, ଜୟପାଲ ସାହୁ ଓ ସରୋଜ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।