ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ମାଳର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ଦ୍ଵାବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଆଚାର୍ଯ୍ୟ ସରୋଜ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ରୁଦ୍ର ମାଧବ ବାରିକ, ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଗଦାଧର ବଗର୍ତି, ଗଣ୍ଡପତ୍ରାପାଲି ସରପଞ୍ଚ ମନେଶ ସୁନା, ବିଦ୍ୟାଳୟ କମିଟି ସମ୍ପାଦକ ଫିରୋଜ କୁମାର ବଗର୍ତି, ପ୍ରଧାନ ବିଦ୍ୟାଳୟ ପରିଚାଳନା ସଭାପତି ବିଦୁର ରାମ ନାଗ ମଂଚାସୀନ ଥିଲେ |ପ୍ରଥମେ ଦ୍ବୀପ ପ୍ରଜ୍ଜଳନ କରିସାରିବା ପରେ କୁନି ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା | କମିଟି ସମ୍ପାଦକ ଫିରୋଜ କୁମାର ବଗର୍ତି ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ସାମ୍ବାଦିକ ସଂଘ ସଭାପତି ତରୁଣ ବେହେରା, ସାମ୍ବାଦିକ ଅବିନାଶ ନନ୍ଦ, ସାମ୍ବାଦିକ ଵିଶାଲ କୁମାର ଅଗ୍ରୱାଲ, ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତି, ସାମ୍ବାଦିକ ରାଖାଲ ଶତପଥୀ, ସାମ୍ବାଦିକ ରଞ୍ଜନ ବାଗ ତଥା ଅବସର ପ୍ରାପ୍ତ ସୈନିକ ପ୍ରଶାନ୍ତ ବଗର୍ତି ତଥା ଶିବରାମ ସାହୁ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଇଁତଲା ର ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇଙ୍କୁ ମୁଖ୍ୟ ଅତିଥି ନବୀନ ଜୈନଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ବିଧାୟକ ନବୀନ ଜୈନ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଏବଂ ପରିଶ୍ରମ କର ଫଳ ନିଶ୍ଚୟ ପାଇବ ବୋଲି ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ | ବର୍ତମାନ ସରକାର ଙ୍କ ଦ୍ୱାରା ବହୁତ ସୁବିଧା କରାଯାଉଛି |ନୂତନ ଶିକ୍ଷାନୀତି ରେ ଶିକ୍ଷାଦାନ କରିବା ସହ ପିଲାମାନଙ୍କ ଉନ୍ନତି ସକାଶେ ସରକାର ସମସ୍ତ ସୁବିଧା କରୁଛନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ | ଏହା ସହିତ ଛାତ୍ର ଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ପାଠ ପଢି ଗୌରବ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ | ସମ୍ମାନିତ ଅତିଥି ସରପଞ୍ଚ ମନେଶ ସୁନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଂସ୍କୃତି, ଶିକ୍ଷା ଓ ଅନୁଶାସନକୁ ପ୍ରଶଂସା କରିଥିଲେ |ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ପଦରେ ରହି ବିଦ୍ୟାଳୟର ନାମକୁ ଗୌରବାନ୍ୱିତ କରିଥିବା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ ଦାସ କହିଥିଲେ | ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା | ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସ୍ତରରେ ପୁରସ୍କୃତ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହ ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.