ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ପ୍ରେସ୍ ମିଟ୍

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ କନଫରେନ୍ସ ହଲ୍ ଠାରେ ୧୧ ତମ ଆନ୍ତର୍ଜାତୀୟ ଶିଶୁ/ଯୁବ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବା ଅବସରରେ ଏକ ପ୍ରେସମିଟ ଆୟୋଜିତ ହୋଇଯାଇଛି । ଏହି ପ୍ରେସମିଟରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି.ଶ୍ୟାମ, ଡି.ରାମ କୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ, ପର୍ପଲ୍ ପିପୂଲ୍ ଲ୍ୟାବସ୍ ର ସଂସ୍ଥାପକ ଶ୍ବେତା ପରଖ, ସମାଚାର ଜଷ୍ଟ କ୍ଲିକ୍ ର ଦେବେନ୍ଦ୍ର ବିଶି, ଲକ୍ଷ୍ମୀ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ଲକ୍ଷ୍ମୀ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବଟି ଏପ୍ରିଲ ୧୩ ରୁ ଏପ୍ରିଲ ୧୫, ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୦ ରୁ ଉର୍ଦ୍ଧ୍ବ ଫିଚର୍ ଫିଲ୍ମ ପ୍ରଦର୍ଶିତ ହେବ। ବିଭିନ୍ନ ଦେଶ ବିଦେଶରୁ ଆସିଥ‌ିବା ରାଷ୍ଟ୍ରଦୂତ ଙ୍କ ଦ୍ବାରା କର୍ମ ଶାଳା, ମାଷ୍ଟର କ୍ଲାସ ପେନାଲ୍ ଜରିଆରେ ବିଶ୍ବ ସ୍ତରୀୟ. ପ୍ଲାଟଫର୍ମରେ ସାମିଲ ହେବାର ପ୍ରଚେଷ୍ଟା ଚାଲିଥିବା ସୂଚନା ପ୍ରଦାନ କରାଯାଇଛି l ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ୍ସ ମିଡିଆର ପ୍ରତିନିଧିଗଣ ଯୋଗ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.