ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ପାତାଳି ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ୨୦ ତମ ପାତାଳି ମହୋତ୍ସବର ସମୀକ୍ଷା ଏବଂ ଏଥିରେ ସହଯୋଗ କରିଥିବା ସମସ୍ତ କାର୍ଯ୍ୟକର୍ତା, ରାଜନେତା, ପ୍ରଶାସନିକ ଅଧିକାରୀ, ସଂକୀର୍ତନ ମଣ୍ଡଳୀ ଆଦିଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ତାପରେ ଆଗାମୀ ରଥଯାତ୍ରାକୁ ସରସ ସୁନ୍ଦର ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଏକ ୭ ଜଣିଆ ରଥ ନିର୍ମାଣ କମିଟି ଗଠନ କରାଯାଇଥିଲା,ଏଥିରେ ସଂଯୋଜକ ଭାବରେ ସତ୍ୟଜିତ ଗଡୁଆ ଏବଂ ସଦସ୍ୟ ଭାବରେ ଧନେଶ୍ୱର ପଧାନ, ଜୈମିନି ନାଏକ, ବୀରମିତ୍ର ପଧାନ, ଗଦାଧର ମେଣ୍ଡିଲି, ପ୍ରମୋଦ ପାତ୍ର, ଉସତ କର୍ଣ୍ଣଙ୍କୁ ମନୋନୀତ କରାଯାଇଛି। ପାତାଳି ସେନାର ସମସ୍ତ ସଦସ୍ୟ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଆଗାମୀ ଅକ୍ଷୟ ତୃତୀୟା ଦିନ ସେବାୟତ ସଂଘର ପ୍ରସ୍ତୁତି ବୈଠକରେ ରୀତିନୀତି ସମ୍ପର୍କିତ ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ଓଡିଶା ସରକାରଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ହେତୁ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲାଙ୍କୁ, ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନକୁ ସଭା ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଆଜିର ବୈଠକକୁ ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିବା ବେଳେ ସେବାୟତ ସଂଘର ଶରଦ ଚାନ୍ଦ, ପବିତ୍ର ନନ୍ଦ, ରବିନାରାୟଣ ପୂଜାରୀ, ଫକୀର ମୋହନ ପାଢ଼ୀ ଏବଂ ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଟ୍ରଷ୍ଟି ସଦସ୍ୟ ଜଗଦିଶ କର୍ଣ୍ଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.