ଧର୍ମ ପରାୟଣ ମହିଳା ଜନକ ମିଶ୍ର ଆଉ ନାହାନ୍ତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଗତକାଲି ଗୋପାଳପୁର ଗାଁ ର ଧର୍ମ ପରାୟଣ ମହିଳା ଜନକ ମିଶ୍ର ଙ୍କ ସୋନପୁର ତୁଳସୀ ନଗର ବାସଭବନ ଠାରେ ଠାରେ ପରଲୋକ ହୋଇଯାଇଛି। ଶ୍ରୀମତୀ ମିଶ୍ର ଜଣେ ଶାନ୍ତ, ସରଳ, ମିଷ୍ଟ ଭାଷୀ, ଧର୍ମ ପରାୟଣ ମହିଳା ଓ ଜଣେ ପତିବ୍ରତା ନାରୀ ଭାବେ ଗୋପାଳପୁର ଓ ତୁଳସୀ ନଗର ଅଞ୍ଚଳରେ ଖୁବ୍ ଜଣାଶୁଣା ଥିବା ବେଳେ ଏ ଦୁଃଖଦ ଖବରରେ ସମଗ୍ର ଅଞ୍ଚଳରେ ଶୋକ ଖେଳି ଯାଇଛି। ସୋନପୁର ଶ୍ରୀ ଗୋକୋନେଶ୍ଵର ଶ୍ମଶାନ ଘାଟ ରେ ସ୍ୱର୍ଗୀୟା ମିଶ୍ର ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଉଭୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମତୀ ମିଶ୍ର ଙ୍କୁ ଅନ୍ତିମ ଦର୍ଶନ କରି ଥିଲେ। ବଡ଼ପୁଅ ପୁଅ ବିରଞ୍ଚି ମିଶ୍ର ମୁଖାଗ୍ନୀ ଦେଇଥିବା ବେଳେ ପୁଅ ବିରେନ ମିଶ୍ର, ରବି ମିଶ୍ର, ଦାଶରଥି ମିଶ୍ର, ଦୁଇ ଝିଅ ଜ୍ବାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.