ଭାଙ୍ଗି ଦେଇ ଛାଡି ଦେଲେ ସହରର ମୂଖ୍ୟ ରାସ୍ତା; ବ୍ୟାପକ ଜନ ଅସନ୍ତୋଷ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ଛକ ଠାରୁ ବଡ଼ବଜାରର ଦୁର୍ଗା ମଣ୍ଡପ ଛକରେ ମ୍ୟୁନିସିପାଲଟି ତରଫରୁ ମୁଖ୍ୟ ନଳା ଉପରେ ନୂଆ କଲଭର୍ଟ କାମ ଓ ବଡ଼ବଜାରରୁ ସର୍କିଟ ହାଉସ ରାସ୍ତା ଉପରେ କୁମ୍ଭାର ପଡା ଠାରେ କଲଭର୍ଟ ପାଇଁ ଟେଣ୍ଡର ହୋଇଥଲା। ସଂପୃକ୍ତ ଠିକାଦାର ଦୀର୍ଘ ୨ ମାସ ହେଲା ମୁଖ୍ୟ ରାସ୍ତା ଖୋଳି ପକେଇଲେ କିନ୍ତୁ କାମ ଶୀଘ୍ର କରି ନ ପାରିବାରୁ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସହରର ବ୍ୟସ୍ତ ବହୁଳ ତଥା ବ୍ୟବସାୟୀ ପ୍ରତିଷ୍ଠାନ ଥିବା ଜନଗହଳି ପୂର୍ଣ୍ଣ ପୁରୁଣା ବସ୍ତି ରାସ୍ତାରେ ସେପଟେ ଯାହା ଜଣାପଡୁଛି ବିନା ପ୍ଲାନିଙ୍ଗରେ ଚାଲିଛି ସହରର ମୁଖ୍ୟ ରାସ୍ତା କଡ ନାଳ ଏବଂ ଡ୍ରେନ ତଥା କଲଭର୍ଟ କାମ। କାରଣ ଯଦି ବିଭାଗ ପକ୍ଷରୁ କଲଭର୍ଟ ଟିକୁ ପୁରା ନ ଭାଙ୍ଗି ଅଧା ଭଙ୍ଗା ଯାଇ କାମ ସରିଲା ପରେ ପୁଣି ଅଧା ଭାଙ୍ଗି କାମ କରା ଯାଇ ଥାଆନ୍ତା ତା ହେଲେ ସାଧାରଣ ଲୋକ, ବ୍ୟବସାୟୀ, ବରିଷ୍ଠ ନାଗରିକ ତଥା ସ୍କୁଲ ଛାତ୍ର ଛାତ୍ରୀ, ଦିବ୍ୟାଙ୍ଗ ମାନଙ୍କୁ ଏତେ ହଇରାଣ ହରକତ ହେବାକୁ ପଡି ନ ଥାଆନ୍ତା। ଆଉ ଯଦି ପୂରା ଭାଙ୍ଗି କାମ କରିବା ଥିଲା ତା ହେଲେ ଆବଶ୍ୟକ ସାମଗ୍ରୀ ସଂପୃକ୍ତ ଠିକାଦାର ଷ୍ଟକ ରଖିବା ପରେ କାମ ଶୀଘ୍ର ସାରିବାର ଥିଲା । ଜିଲ୍ଲା ପ୍ରଶାସନ ଉକ୍ତ କାମରେ ତୁରନ୍ତ ହସ୍ତକ୍ଷେପ କରି କାମ ଶୀଘ୍ର କରିବା ସହ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଜନସାଧାରଣ, ବ୍ୟବସାୟୀ ତଥା ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.