ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନ ସହ ପୋଷଣ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଶିକୁଳା ସେକ୍ଟର ସ୍ତରୀୟ ପୋଷଣ ଦିବସ ସମା ଗ୍ରାମପଞ୍ଚାୟତ ଅଫିସ ପରିସରରେ ସ୍ଥାନୀୟ ସେକ୍ଟର ସୁପର ଭାଇଜର ଶଶୀ ଦେବୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି|

ଏହି କାର୍ଯ୍ୟକ୍ରମରେ ବ୍ଳକ ସିଡ଼ିପିଓ ଲଳିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ସମା ସରପଞ୍ଚ ନମିତା ସେଠୀ ମଞ୍ଚାସିନ ଥିଲେ | ଏହା ସହିତ କିଛି ୱାର୍ଡମେମ୍ବର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ସ୍ଥାନୀୟ ମେଡିକାଲ ସ୍ଵାସ୍ତ୍ୟ କର୍ମୀ ଉପସ୍ଥିତ ରହିଥିଲେ |

କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମାନେ ନିଜ ନିଜ କେନ୍ଦ୍ରରେ ପୋଷଣ ଯୁକ୍ତ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରସ୍ତୁତି ଖାଦ୍ୟ, ଏବଂ ଅନାନ୍ୟ ଖାଦ୍ୟ ଚୁଡ଼ା, ମୁଢ଼ି ଉପମା, ଚାଉଳରୁ ପ୍ରସ୍ତୁତି ବିଭିନ୍ନ ପିଠା, ପନିପରିବାରୁ ପ୍ରସ୍ତୁତ ଡାଲମା, ଜୁସ,  ଘାଣ୍ଟ ତରକାରୀ, ସାଲଟ, କାଞ୍ଜି, ଶାଗ, ମୁଗ ବିରି, ଡାଲିଜାତୀୟରୁ ନିର୍ମିତ ବିଭିନ୍ନ ପିଠା ଭଳି ଅନେକ ଖାଦ୍ୟ ପ୍ରଦର୍ଶନୀ କରି କିଶୋରୀ ବାଳିକା, ମହିଳା ମାନଙ୍କୁ ପୋଷୋଣ ଖାଦ୍ୟ ଉପରେ ମତ ଦେଇ ସରଳୀ କରଣ ଭାବେ ବୁଝାଇଥିଲେ |

ମାତ୍ରାଧ୍ୟକ ଆଇରନ ଯୁକ୍ତ ଖାଦ୍ୟ ପାଇବାକୁ ହେଲେ ନିଜ ବାଡ଼ି ବଗିଚାରେ ପନିପରିବା ଚାଷ କାର୍ଯ୍ୟ କରିବାର ଆବଶ୍ୟକ‌ତା ଅଛି । ବାହାର ଖାଦ୍ୟ ନଖାଇବା କିଶୋରୀ ବାଳିକା, ଗର୍ଭବତୀ ମାଙ୍କ ସ୍ବାସ୍ଥ୍ୟ ପ୍ରତି ଭଲଅଟେ । ମାଆ ମାନେ ନିଜକୁ ସ୍ଵଚ୍ଛତା ରଖୁବା ସହ,ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।

ରାଜ୍ୟ ସରକାରଙ୍କ ତରଫରୁ କିଶୋରୀ ବାଳିକା ମାନଙ୍କୁ ସ୍ଵତନ୍ତ୍ର ପୃଷ୍ଟିକର ଖାଦ୍ୟ ଭାବେ ସପ୍ତାହକୁ ୪ ଗୋଟି ଲେଖାଏଁ ୧୬ ଗୋଟି ଅଣ୍ଡା, ଭଜାଚଣା ଏକ ପକେଟ, ମସଲାମୁଢ଼ି଼ ଏକ ପକେଟ ସାମାନ ବଣ୍ଟା ଯାଉଛି | ଏହି କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଓ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.