ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପାଠଚକ୍ର ଆୟୋଜିତ

ସାହିତ୍ୟ ଓ ଜୀବନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ “ସାହିତ୍ୟରେ ଜୀବନ ଦର୍ଶନ” ଶୀର୍ଷକ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ପାଠଚକ୍ରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପଟ୍ଟାୟତ କବି ନୀଳଲୋହିତ ସିଂଦେଓ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଗୋବିନ୍ଦ ସାହୁ , କନକବର୍ଦ୍ଧନ ସାହୁ ଓ ସଦାନନ୍ଦ ଠାକୁର ଯୋଗ ଦେଇ ସାହିତ୍ୟ ଓ ଜୀବନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ; ସାହିତ୍ୟକୁ ବାଦ ଦେଇ ମାନବ ସଭ୍ୟତାର ବିକାଶ ସମ୍ଭବ ନୁହେଁ ବୋଲି ବକ୍ତବ୍ୟ ରଖିଥିଲେ । ଛାତ୍ର ଚୁଡ଼ାମଣି ମାଝୀ ଓ ଦୀପକ ବୋଡ଼େକ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥଲେ । ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଗଣପତି ବାଗ ସଭା ପରିଚାଳନା କରିଥିଲେ ଓ ଅଧ୍ୟାପକ ସଦୟ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା, ସଂଜୀବ କୁମାର ମୁଣ୍ଡ, ଶିବରାମ ମିଶ୍ର, ଶରତ କୁମାର ମୁଣ୍ଡ,ହିମାଂଶୁ ଶେଖର ମୁଣ୍ଡ, କାଳୀ କିଙ୍କର ଖାଡ଼ଙ୍ଗା , ଦୀନବନ୍ଧୁ ବାଗ, ବିଥିକା ଠାକୁର ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରବୀଣ କୁମାର ବାନିଆ, ସୁନିତା ଲହଜଲ, ଅଲିଭା ନାଏକ, ସୁନିତା ଛତ୍ରିଆ, ଠଣସୁନ୍ଦର ନାଏକ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.