ମା ସୁରେଶ୍ଵରୀ ମନ୍ଦିର ଭିତର ଦୁଆର ଓ ଭୋଗ ମଣ୍ଡପ ସଫେଇ କଲେ ସ୍ବେଚ୍ଛାସେବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ବଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ୠଷି ମାଝୀ ଯୋଗ ଦେଇ ଉତ୍ସାହିତ କରିଥିଲେ। ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜୋନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଦେବୋତ୍ତାର ବିଭାଗ କମିଟି ସଦସ୍ୟ ବୈକୁଣ୍ଠ ଶତପଥି, ପୌର ପରିଷଦ ସାନିଟାରୀ ଏକ୍ସପୋର୍ଟ ଉତ୍ତମ ମେହେର, ସ୍ବଚ୍ଛ ଭାରତ ସଙ୍ଗଠନ ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, ଲଡୁ କିଶୋର ମଲ୍ଲିକ, ପ୍ରମୋଦ କୁମାର ସାହୁ, ରବିନ୍ଦ୍ର ଜେନା, ଡା ସରୋଜ ପଟେଲ, ପ୍ରତାପ ଦାଶ, ଜୟନ୍ତ ବେହେରା, ନାରାୟଣ ରଥ, କ୍ରିଷ୍ଣା ମେହେର, ପ୍ରମୋଦ ମାହାଣା, ଅମର ଭୁତ, ତ୍ରିଲୋଚନ ତରିଆ, ସନ୍ତୋଷ ବେହେରା ମନ୍ଦିରର ଅଜିତ ପୁଝାରୀ ଓ ଅନ୍ୟାନ୍ୟ ପୂଜକଙ୍କ ସମେତ ସ୍ୱଚ୍ଛ ଭାରତ ଅନୁଷ୍ଠାନର ସମସ୍ତ ସଦସ୍ୟ ଯୋଗ ଦେଇ ମା ସୁରେଶ୍ଵରୀ ଙ୍କ ମନ୍ଦିର ଚାରିପାର୍ଶ୍ୱରେ ପଲିଥିନ ଓ ଅଳିଆ ଆବର୍ଜ୍ଜନା ସଫେଇ କରିଥିଲେ। ଏହା ସହିତ ମା ଙ୍କ ମନ୍ଦିରର ବଡ ଦୁଆର, ମା ବଗଳାମୁଖି ମଣ୍ଡପ ଓ ଭୋଗ ମଣ୍ଡପର ମାର୍ବଲ ପଥରକୁ ବ୍ଲିଚିଂ ଦ୍ବାରା ସଫେଇ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.