ପୂର୍ବତନ ସମିତି ସଦସ୍ୟ ବିନାୟକ ସିଂଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରାତୁଲ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଅବିଭକ୍ତ ଶାନ୍ତପୁର ଓ ବଡଧାରପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିନାୟକ କୁମାର ସିଂଙ୍କ ଆଜି ବିଷମକଟକ ଡାକ୍ତରଖାନାରେ ହୃଦଘାତ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଗତ ୧୯ ତାରିଖରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବିଷମ କଟକ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ରାତୁଲ ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ବଡ଼ ଯୋଇଁ ଆର୍ତ୍ତ ସିଂ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଗତ ଦୁଇ ବର୍ଷ ତଳେ ତାଙ୍କ ଏକମାତ୍ର ପୁଅର ମୃତ୍ୟୁ ହୋଇଥିଲା। ସ୍ଵର୍ଗତ ଶ୍ରୀ ସିଂଙ୍କ ବିୟୋଗରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଯୁବ ସମାଜସେବୀ ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ପୂର୍ବତନ ସରପଞ୍ଚ ଲୋକନାଥ ସା, ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି, ଯୁବ ନେତୃତ୍ବ ଚଣ୍ଡିଦାସ ସାହୁ, ସୁଦର୍ଶନ ଦୋରା, ବଡ଼ଧାରପୁରର ପୂର୍ବତନ ସରପଞ୍ଚ ନୃପରାଜ ବିଶ୍ବାଳ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.