ଢେପାଗୁଡ଼ାର ବଡ଼ ନାଳ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି

ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍ ବୁଡାଗୁଡା ପଞ୍ଚାୟତ ଅଧିନ ଢେପାଗୁଡ଼ା ଗ୍ରାମ ନିକଟସ୍ତ ବଡ଼ ନାଳ ଠାରେ ନିର୍ମାଣାଧିନ ବ୍ରିଜ କାର୍ଯ୍ୟ ସରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଣା ବିକା କାମ ହେଉ କି ପିଲାଙ୍କ ସ୍କୁଲ୍ ଯିବା ହେଉ ଜରୁରୀ ସମୟରେ ଏଇ ବାଟ ଦେଇ ସିକରପାଇ ଯିବାକୁ ପାଖ ପଡୁଥିବାରୁ ଦୀର୍ଘ୍ ଦିନ ଧରି ଏଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳ ବାସି ଦାବୀ କରି ଆସୁଥିଲେ | ଶେଷରେ ବ୍ରିଜ ନିର୍ମାଣ ହେଲା କିନ୍ତୁ ଦୁଇ ତିନି ବର୍ଷ ପୂର୍ବରୁ ଆରମ୍ଭ ହେଇଥିବା ଏହି ବ୍ରିଜ କାମ ଏଯାଏଁ ସରିନାହିଁ । ଲୋକେ ନିଜ ହାତରୁ ଚାନ୍ଦା ଆଦାୟ କରି ମାଟି ସାହାଯ୍ୟରେ ଅସ୍ଥାୟୀ ବାଟ କରି ଯିବା ଆସିବା କରୁଛନ୍ତି କିନ୍ତୁ ବର୍ଷା ଦିନ ଆସିଲେ ଏହା ଭାଙ୍ଗି ଯାଉ ଥିବାରୁ ଲୋକେ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି କହିଛନ୍ତି । ଏହା ସହ ବ୍ରିଜ ନିକଟରେ ଥିବା ସୂଚନା ଫଳକରେ ପ୍ରଥମେ ନଅ ଲକ୍ଷ ଏବଂ କିଛି ଦିନ ପରେ ଏହାକୁ ଲିଭାଇ ପୁଣି ୫ ଲକ୍ଷ ଟଙ୍କା ଲେଖିଥିବା ଦେଖି ଗାଁ ଲୋକ ବି ଚଳିତ ହୋଇ ପଡ଼ିଛନ୍ତି । ସ୍ବେଛାସେବୀ ସଂଗଠନ ସେବାସେନାର କର୍ମକର୍ତ୍ତା ଙ୍କ ସହ ମିଶି ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଜିଲ୍ଲାପାଳଙ୍କୁ ଏହି ବ୍ରିଜ କାମ ତଦାରଖ କରି ସମ୍ପୂର୍ଣ୍ଣ କରିବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରକୁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ମନୀଷା ଦାସ ଗ୍ରହଣ କରିବା ସହ ଏହି ସମ୍ପର୍କିତ ବିଭାଗ ସହ ଯୋଗାଯୋଗ କରିବାକୁ କହିଥିଲେ ଏବଂ ଏହି ଦାବୀପତ୍ରକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଥିଲେ । ଏହି ସମୟରେ ଢେପାଗୁଡ଼ା ଗ୍ରାମର ସୂର୍ଯ୍ୟ ନାରାୟଣ କାଣ୍ଟୁ, ରାଙ୍ଗାମ୍ ଦୋରା ମୋହନ, ରାଙ୍ଗାମ୍ ଦୋରା ଆଦିନାରାୟଣ ଏବଂ ଗ୍ରାମର ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.