ଜୁନାଗଡ଼ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରତି ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ ଦ୍ବାରା ଜାତୀୟ ପଞ୍ଚାୟତ ରାଜ ଦିବସ କୁ ପଞ୍ଚାୟତ, ବ୍ଲକ ଓ ରାଜ୍ୟ ସ୍ତରରେ ମହା ଆଡମ୍ବରରେ ପାଳନ କରାଯାଇଛି।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବିଏସଏନଲ ଅଫିସ ସାମ୍ନାରେ ଥିବା ଆରଏମସି ମଣ୍ଡି ପରିସରରେ ମଧ୍ୟ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି । ଜୁନାଗଡ଼ ର ପୂର୍ବତନ ନଗରପାଳ ତଥା ଛୋଟ ବଡ଼ ସମସ୍ତଙ୍କ ପ୍ରିୟ ସୁଖ ଦୁଃଖ ର ସାଥୀ ମୁକେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଞ୍ଚାୟତରାଜ ଦିବସର ଆଭିମୁଖ୍ୟ ଓ ପଞ୍ଚାୟତରାଜ ଦ୍ବାରା ଗ୍ରାମାଞ୍ଚଳ ର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ବିଷୟରେ ନିଜର ଅଭିଭାଷଣ ରଖୁଥିଲେ । ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ସାଂସଦ ପ୍ରତିନିଧି ଶିବରାମ ରାଉତ ଏବଂ ବିଡ଼ିଓ ମୋହଦୟ ମଞ୍ଚାସିନ ଥିଲେ । ଏଠାରେ ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ରାଜ୍ୟ ସରକାରଙ୍କ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନା ବିଷୟରେ ହିତାଧୂକାରୀଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ଜୁନାଗଡ଼ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଜନପ୍ରତିନିଧୂ, ସ୍ବୟଂ ସହାୟିକା ମହିଳା, ଏମବିକେ, ସିଆରପି ଓ ହିତାଧିକାରୀ ମାନେ ପରଦା ମାଧ୍ୟମରେ ପୁରୀରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ପଞ୍ଚାୟତ ମନିଟରିଂ ସିଷ୍ଟମ ପୋର୍ଟାଲ ଏବଂ ଆପ ଉନ୍ମୋଚିତ, ୪୧୨୪ କୋଟି ଟଙ୍କା ମୂଲ୍ୟର ବ୍ଲକ୍ ସ୍ତରୀୟ ଷ୍ଟାଡିୟମଟ ଭିତ୍ତିପ୍ରସ୍ତର ସ୍ଥାପନ, ପିପିଏମ୍ଏସ ଯୋଜନାର ଶୁଭାରମ୍ଭ ସହିତ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଜୁନାଗଡ଼ ବାସୀ କୃତଜ୍ଞତା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.