ସୋନପୁରର ଲୋକପ୍ରିୟ ପାନ ବ୍ୟବସାୟୀ ମାୟାଧର(ହାଡୁ)ଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ମଝିପଡ଼ା ବାସିନ୍ଦା ତଥା ବସଷ୍ଟାଣ୍ଡ ପଞ୍ଚରଥ ଶୈବ ପୀଠ ପାର୍ଶ୍ୱ ରେ ଥିବା ପାନ ଦୋକାନୀ ମାୟାଧର ନାଏକ (ହାଡୁ) ଆଉ ନାହାନ୍ତି। ସଚ୍ଚୋଟ, ନିର୍ଭୀକ ଓ ଅମାୟିକ ବ୍ୟକ୍ତିତ୍ୱ ହାଡୁ ଦାଦାଙ୍କ ସୁସ୍ୱାଦୁ ବେଲାରି ପାନ, ମିଠା ପାନ ଆଗୁଆ ଅର୍ଡର ଦେବାକୁ ପଡ଼େ ଓ ତାଙ୍କ ପାନ ଖାଇବାକୁ ଲୋକଙ୍କୁ ଲାଇନ୍ ରେ ରହିବାକୁ ପଡ଼େ। ପାନ ତିଆରି ଠୁଁ ଦୋକାନର ସବୁ କାମ ସେ ଧୀର ସ୍ଥିର ଚିତ୍ତରେ କରନ୍ତି। ଥରେ କିନ୍ତୁ ଯିଏ ତାଙ୍କ ହାତର ପାନ ଖାଆନ୍ତି ସେ ସ୍ଥାୟୀ ଗ୍ରାହକ ସାଜିଯାଆନ୍ତି। କଥା କମ୍ କଠିନ ପରିଶ୍ରମ କରୁଥିବା ରାଜା ରାଜୁଡ଼ା ସମୟ ର ଜଣେ ପୁରାତନ ବ୍ୟବସାୟୀ ହାଡୁ ଦାଦା। ପାନ ଦୋକାନ ରୁ ଜୀବନ ଆରମ୍ଭ କରି ନିଜ ସହ ଦୁଇ ପୁଅ ଙ୍କୁ ମଧ୍ୟ ଜଣେ ସଫଳ ବ୍ୟବସାୟୀ ଭାବରେ ପରିଚୟ ସୃଷ୍ଟି କରିପାରିଛନ୍ତି ସେ। ଆଜି ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ହୃଦ ଘାତ ରେ ତାଙ୍କ ମୃତ୍ୟୁ ବରଣ କରିଥିବା ଖବର ସୋନପୁର ଅଞ୍ଚଳ ରେ ଶୋକ ଖେଳି ଯାଇଛି। ଅପରାହ୍ନରେ ଶ୍ରୀ ରାମେଶ୍ୱର ଶ୍ମଶାନ ଘାଟରେ ସ୍ୱର୍ଗତ ନାଏକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପୌର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, କାଉନସିଲର ପୀୟୂଷ ପଣ୍ଡା ଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ମଝିପଡ଼ା ରାମଧୂନ କ୍ଲବର ସମସ୍ତ ସଦସ୍ୟ ସଂସ୍କାର କାର୍ଯ୍ଯ ରେ ଯୋଗ ଦେଇ ଅନ୍ତିମ ଦର୍ଶନ କରିଥିଲେ। ବଡ ପୁଅ ନିମେଇଁ ନାଏକ ପିତାଙ୍କ ସଂସ୍କାର ବେଳେ ମୁଖାଗ୍ନୀ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.