ମାଓବାଦୀଙ୍କ ସହ ସଂପୃକ୍ତ ଅଭିଯୋଗରେ ଗେଟେଡ଼ାକୁ ଉଠାଇନେଲା ପୋଲିସ୍

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କୋଟଗଡ ଥାନା ଅଂଚଳରେ ବିଭିନ୍ନ ସମୟରେ ଘଟୁଥିବା ମାଓବାଦୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଡିଭିଏଫର ସ୍ୱତନ୍ତ୍ର ଟିମ ଯାହାର ନେତୃତ୍ୱ ନେଇଥିଲେ ଡିଏସପି ବିପିନ ମେହେର |ପୁଲିସ ସୂଚନା ଆଧାରରେ ପୂର୍ବରୁ ୨୦୧୭ରେ ଦୁର୍ଗାପଙ୍ଗାରୁ ମାଓବାଦୀମାନେ ଘରୁ ଟେକିନେଇ ବସନ୍ତ ଭାଟ ନାମକ ଜଣେ ଗାଁ ସାଥିଙ୍କୁ ଗୁଳି କରି ହତ୍ୟା କରିଥିଲେ, ସେହିପରି ୨୦୨୨ରେ ବଣ୍ଡାପିପିଲି ହାଟରେ ରମେଶ ନାୟକ ବୋଲି ଜଣେ ଠିକାଦାରଙ୍କୁ ଦିନ ଦ୍ୱିପ୍ରହରରେ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିଲେ ଏବଂ ଗତବର୍ଷ ବାଡ଼ିପାଙ୍ଗାରେ ମଧ୍ୟ ମେଟଲା ରଇତ ନାମକ ଜଣେ ଯୁବକୁ ଘରୁ ଟେକି ନେଇ ତଣ୍ଟିଚିପି ହତ୍ୟା କରାଯାଇଥିବା ଘଟଣା ସାରା ଅଂଚଳକୁ ସ୍ତବ୍ଧ କରିଥିଲା | ସେତେବେଳେ ଏସବୁ ଘଟଣା ପୁଲିସର ମୁଣ୍ଡବିନ୍ଧା ବଢ଼ାଇଥିଲା | ଗତବର୍ଷ କୋଟଗଡ ଥାନା କେସ ନଂ ୭୪/୨୪ ରେ ମାମଲା ରୁଜୁ କରି କେସର ତଦନ୍ତ ଚାଲୁରହିଥିବା କହିଛନ୍ତି ଡିଏସପି ବିପିନ ମେହେର | ଏହି ସବୁ ଘଟଣାରେ ମାଓବାଦୀ ସହ ସମ୍ପୃକ୍ତ ଅଭିଯୋଗରେ ଗୁରୁବାର ଗୁଇନ୍ଦା ସୂଚନା ଆଧାରରେ ଦୁର୍ଗାପାଙ୍ଗା ପଂଚାୟତର ଡିମିଲିରୁ ଗେଟେଡା ମାଝୀଙ୍କୁ ପୁଲିସର ସ୍ପେଶାଲ ଟିମ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି | ଶୁକ୍ରବାର କୋଟଗଡ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଦାଲତ ରେ ବ୍ୟାପକ ସୁରକ୍ଷାରେ ସମ୍ପୃକ୍ତ ଅଭିଯୁକ୍ତକୁ ହାଜର କରି ଜେଲକୁ ପଠାଇଦିଆଯାଇଥିବା କହିଛନ୍ତି କୋଟଗଡ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.