ଗ୍ରାମଉତଥାନ ଦ୍ଵାରା ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନର ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦୀର୍ଘ ତିନି ଦିନ ହେବ ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମଉତଥାନର ସଦସ୍ୟ ରଶ୍ମିତା ପଧାନ ଓ ଅନିତା କ୍ଷେତି ଛାତ୍ରଛାତ୍ରୀ ମାନଙ୍କୁ ଶିଳ୍ପକଳା ବିଷୟକୁ ନେଇ ବିଭିନ୍ନ କାର୍ଯ୍ୟକଳାପ କରାଇଥିଲେ । ଦ୍ଵିତୀୟ ଦିନରେ କ୍ଷିରେନ୍ଦ୍ର ରଣା ଓ ରଶ୍ମିତା ପଧାନ ପ୍ରକୃତି ଓ ପରିବେଶ ଉପରେ ପରିବେଶର ତାପମାତ୍ରାକୁ ରୋକିବା ପାଇଁ ଏକ ପ୍ରୋଜେକ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଓ ବିଭିନ୍ନ ପ୍ରକାରର ପତ୍ର ସଂଗ୍ରହ କରାଇ ତାହାର ନାମ, ରଙ୍ଗ, ଆକାର ଓ ଗୁଣ ବିଷୟରେ କାର୍ଯ୍ୟକଳାପ କରାଇଥିଲେ ଓ ଆନ୍ନା ସହଯୋଗ କରିଥିଲେ । ଆଜି ଛାତ୍ରଛାତ୍ରୀ ମାନେ ଗୀତ, ନାଚ, କବିତା ଓ ଗପ କାର୍ଯ୍ୟକ୍ରମ କରିଥିଲେ । ଏହି ଉପଲକ୍ଷ ଅନୁଷ୍ଠିତ ଉଦ୍ଯାପନୀ ସଭାରେ କ୍ଷିରେନ୍ଦ୍ର ରଣା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶରଧାପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ପଣ୍ଡା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତାପପୁର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଶିନୀ ନନ୍ଦ, ଗ୍ରାମଉତଥାନ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ପଧାନ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତାପପୁର ଶିକ୍ଷକ ଗୋପେଶ ପଣ୍ଡା ଉପସ୍ଥିତ ଥିଲେ । ଏଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମନ୍ଵୟ ଶିକ୍ଷା ଓ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ବିଷୟରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଶିଳ୍ପକଳା, ପ୍ରକୃତି ଓ ପରିବେଶ ପ୍ରୋଜେକ୍ଟ ପ୍ରଦର୍ଶନ କରଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଖାତା, ପେନ୍ସିଲ ଆଦି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଗ୍ରାମଉତଥାନର ସଦସ୍ୟ ସୁବଳ ମେହେର, ଅନିତା କ୍ଷେତି, ଆନ୍ନା, ଶ୍ରୀନିବାଶ, ଅମନ ଓ ଶ୍ରୀତିକା ସହଯୋଗ କରିଥିଲେ । ସମସ୍ତ ଅଭିଭାବକ ଓ ଅଭିଭାବିକା ଯୋଗଦାନ ଦେଇଥିଲେ। ଶେଷରେ ଗ୍ରାମଉତଥାନର ସଦସ୍ୟ ରଶ୍ମିତା ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.