ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସାଲେପଡ଼ା ଗ୍ରାମର ସ୍ବର୍ଗତ ରାମ ଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ପୂର୍ଣ୍ଣବାସୀ ମହାପାତ୍ରଙ୍କ ସ୍ଵର୍ଗବାସ ପରେ ଅସହାୟ ଗରିବ ପରିବାରକୁ ଆର୍ଥିକ ସହଯୋଗ ପ୍ରଦାନ କରିଛି ନର୍ଲା ବ୍ରାହ୍ମଣ ସମାଜ। ନର୍ଲା ବ୍ରାହ୍ମଣ ସମାଜର ସଭାପତି ବଦ୍ରୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ସଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ଘନଶ୍ୟାମ ତ୍ରିପାଠୀ, ବରିଷ୍ଠ ସଦସ୍ୟ, ନରସିଂହ ନାୟକ, ସୀମାଞ୍ଚଳ ଖାଡଙ୍ଗା, ନିକୁଞ୍ଜ ପାଢୀ ପ୍ରମୁଖ ତୁଳାପଡ଼ା ଆଞ୍ଚଳିକ ବ୍ରାହ୍ମଣ ସମାଜ ଓ ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ସ୍ଵର୍ଗତ ମହାପାତ୍ରଙ୍କ ଘରକୁ ଯାଇ ତାଙ୍କ ସୁପୁତ୍ର ରେବତୀକାନ୍ତ ମହାପାତ୍ରଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି। ନର୍ଲା ବ୍ରାହ୍ମଣ ସମାଜର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବା ଜଣାପଡିଛି।