ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା 

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବର୍ଷ ଭଳି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ଜନ ସମ୍ପର୍କ ପଦଯାତ୍ରା ଚଳିତ ବର୍ଷ ସମଗ୍ର ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ଗତ ଅକ୍ଟୋବର ୯ରୁ ଆରମ୍ଭ ହୋଇ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଗତ ରବିବାର ଦିନ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସମ୍ପର୍କ ପଦଯାତ୍ରା ପ୍ରଥମେ ଦରଡା ଛକ ଠାରୁ ବାହାରି ଏକ ବିଶାଳ ଶୋଭାଯାତ୍ରାରେ ଚାଲି ଚାଲି ମୁକୁଳିଶି‌ ଚନ୍ଦନ ପଡିଆ ଠାରେ ପହଞ୍ଚିଥିଲା। ସେଠାରେ ବସ୍ତା ବ୍ଲକ ବିଜେଡ଼ି ସଭାପତି ଅନିଲ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହେଇଥିଲା। ଏଥିରେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗ ଦେଇ ଗତ ନିର୍ବାଚନରେ ତାଙ୍କ ପ୍ରତି ଆଶୀର୍ବାଦ କରିଥିବା ବସ୍ତା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଏବଂ ଦଳୀୟ କର୍ମୀ ମାନଙ୍କୁ ସାଧୁବାଦ୍ ଦେବା ସହିତ ଜୀବନର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ବସ୍ତା ଜନସାଧାରଣଙ୍କ ସେବା ଜାରି ରଖିବି ବୋଲି କହିଥିଲେ। ଏଥି ସହିତ ନିଜ ଅଞ୍ଚଳର ସାଧାରଣ ଲୋକଟିଏ ଯେପରି ନ୍ୟାୟ ପାଇପାରିବ ସେଥିପାଇଁ ଲଢ଼େଇ ଜାରି ରଖିବାର ବଜ୍ର ଶପଥ ନେବାକୁ ବା ପଣ କରିବାକୁ ସମସ୍ତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।

ଏଥିରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଉପସ୍ଥିତ ସମସ୍ତ ନେତୃ ମଣ୍ଡଳୀ ଏବଂ କର୍ମୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଆସନ୍ତୁ, ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ଓ ସମସ୍ତେ ମିଳିମିଶି କାମ କରିବା ଏବଂ ନବୀନ ବାବୁଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଭୟ ବସ୍ତା ଓ ବାଲିଆପାଳ ପଞ୍ଚାୟତ ସମିତି ଏବଂ ତତ୍ ସହିତ ନୂତନ ଭାବେ ଘୋଷଣା ହୋଇଥିବା ବସ୍ତା ଏନ.ଏ.ସି.କୁ ବିଜୁ ଜନତା ଦଳ କିପରି ଦଖଲ କରିବ ସେଥିପ୍ରତି ଚେଷ୍ଟିତ ହେବା।

ଆଜିର ଏହି କାର୍ଯ୍ୟକ୍ରମରେ ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଜିଲ୍ଲା ବିଜେଡ଼ି ବରିଷ୍ଠ ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକ, ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ଗଣେଶ ମହାପାତ୍ର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ ପରିଡ଼ା, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନିଶାକର ସେଠୀ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀଧର ଦାସ, ପ୍ରଦୀପ ବିଶ୍ଵାଳ, ସୁବ୍ରତ ପଣ୍ଡା, ଅଜୟ ସାମଲ, ମହେଶ୍ୱର ଜେନା, ମହାଦେବ ଦାସ, ଶରତ ପ୍ରଧାନ, ଭଗବାନ ଗିରି, ଦେବ କୁମାର ଦେ, ଅଞ୍ଜନ ଦଣ୍ଡପାଟ, ଦେବୀ ପ୍ରସାଦ ଭଞ୍ଜ, ବ୍ଲକ ମହିଳା ବିଜେଡ଼ି ସଭାପତି ଲିପିକା ରାଉଳ, ମହିଳା ବିଜେଡି ନେତ୍ରୀ ଦିପେନ୍ଦୁବାଳା ବିଶ୍ଵାଳଙ୍କ ପ୍ରମୁଖ ଯୋଗ ଦେଇ ଦେଢ଼ ବର୍ଷର ବିଜେପି ସରକାର ବିଫଳତା ବିରୋଧରେ ବର୍ଷିଥିଲେ।

ଆଜିର କାର୍ଯ୍ୟକ୍ରମରେ ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଯୁବ ଛାତ୍ର ଓ ମହିଳା ବିଜେଡ଼ିର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ସର୍ବଶେଷରେ ବିଜେଡ଼ି ନେତା ରଞ୍ଜନ କୁମାର ଧଳ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.