ନାଗଝରି ହାଇସ୍କୁଲରେ ଶିକ୍ଷକ ସାଙ୍ଗକୁ ଶ୍ରେଣୀ ଗୃହ ସମସ୍ୟା; ପାଠପଢାରେ ବ୍ୟାଘାତ ସୃଷ୍ଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ନାଗଝରୀ ହାଇସ୍କୁଲ ୫ ଟିରେ କାର୍ଯ୍ୟ ହେବା ପରେ ଏହା ଉନ୍ନତ ମାନର ବିଦ୍ୟାଳୟ ହୋଇଛି ଏଥିରେ ସନ୍ଦେହ ନାହିଁ। ହେଲେ ଦୀର୍ଘ ଦିନରୁ ଶିକ୍ଷକ ସମସ୍ୟା ରହି ଆସିଥିବା ଉକ୍ତ ବିଦ୍ୟାଳୟରେ ସରକାରଙ୍କ ନୂଆ ନିତୀ ଅନୁଯାୟୀ ବାଟିକା ଶ୍ରେଣୀକୁ ମିଶାଇ ୧୧ ଗୋଟି ଶ୍ରେଣୀ ହେଉଥିବା ବେଳେ ଶିକ୍ଷକ ରହିଛନ୍ତି ମାତ୍ର ୮ ଜଣ। ବିଦ୍ୟାଳୟର ୧୧ ଗୋଟି କ୍ଲାସରେ ଛାତ୍ରଛାତ୍ରୀ ରହିଛନ୍ତି ୧୩୫ ଜଣ। ବିଦ୍ୟାଳୟରେ ୭ ଗୋଟି କମ୍ପ୍ୟୁଟର ରହିଥିବା ବେଳେ ସ୍ୱତନ୍ତ୍ର କମ୍ପ୍ୟୁଟର ଶିକ୍ଷକ କେହି ନାହାନ୍ତି। ୨ ଗୋଟି ସ୍ମାର୍ଟ ବୋର୍ଡ ମଧ୍ୟ ବିଦ୍ୟାଳୟରେ ରହିଥିବା ଜଣାପଡିଛି। ଅନ୍ୟ ବିଷୟର ଶିକ୍ଷକ ମାନେ ନିଜେ ଜାଣିଥିବା ଏତିକି ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିଷୟରେ ଶିକ୍ଷା ଦେଉଥିବା ଜଣାପଡିଛି। ହେଲେ ବିଦ୍ୟାଳୟ ରହିଥିବା ଅଞ୍ଚଳରେ ନେଟୱାର୍କ ନଥିବାରୁ ଏଥିରେ ମଧ୍ୟ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି।ଏହାବାଦ ଶ୍ରେୀଣୀ ଗୁହ ଅଫିସ କୋଠରୀ(ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ) କୁ ମିଶାଇ ସର୍ବମୋଟ ୧୧ ଗୋଟି କୋଠରୀ ରହିଥିବା ବେଳେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ନିଜ ନିଜ ଶ୍ରେଣୀ ଗୃହରେ ବସି ପାରୁ ନାହାନ୍ତି । ସରକାର ଏହି ନାଗଝରୀ ସ୍କୁଲକୁ ଅପଗ୍ରେଡ ସ୍କୁଲର ମାନ୍ୟତା ଦେଇ ଏଥିରେ ନବମ ଓ ଦଶମ ଅତିରିକ୍ତ ଶ୍ରେଣୀ ଖୋଲି ଦେଲେ ହେଲେ ଗତ ୨୦୧୭ ମସିହାରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢେଇବା ପାଇଁ ଶିକ୍ଷକ ନଥିବାରୁ ଏହି ବିଦ୍ୟାଳୟରେ ନାମ ଲେଖା ହୋଇଥିଲେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ୨ କି.ମି ଦୂର ରାତୁଲ ସ୍କୁଲକୁ ପାଠ ପଢିବା ପାଇଁ ଯାଉଥିଲେ। ଏଥିପାଇଁ ସେତେବେଳେ ବିଦ୍ୟାଳୟରେ ତାଲାମାରି ଛାତ୍ରଛାତ୍ରୀ ଗଣ ଧାରଣାରେ ବସିଥିଲେ ଶିକ୍ଷକ ନିଯୁକ୍ତି ଦାବୀ ନେଇ। ଏହାପରେ ଗତ ଅଗଷ୍ଟ ମାସରେ ହିମାଦ୍ରୀ ବରିହାଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଦାଇତ୍ୱ ମିଳିଲା। ଚଳିତ ବର୍ଷ ଶିକ୍ଷାବର୍ଷ ପରେ ବିଦ୍ୟାଳୟକୁ ବିଭାଗ ୩ ଜଣ ଶିକ୍ଷକ ଦେବାରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପଢା ଚାଲିଛି। ହେଲେ ଅଦ୍ୟାବଧି ହିନ୍ଦୀ ଶିକ୍ଷକ ଏବଂ ଶାରିରୀକ ଶିକ୍ଷକ ବିଦ୍ୟାଳରେ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଏହି ଦୁଇଗୋଟି ବିଷୟ ଅଧ୍ୟୟନରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବରିହା ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଖେଳିବା ନିମିତ୍ତ ଖେଳ ପଡିଆ ନଥିବାରୁ ବିଦ୍ୟାଳୟର କିଛି ଦୂରରେ ରହିଥିବା ଜନୈକ ବ୍ୟକ୍ତିଙ୍କ ଜମିରେ ଖେଳା ଖେଳି କରୁଥିବା ଜଣାପଡିଛି। ହେଲେ ବର୍ଷା ଦିନେ (ଜୁନ ମାସରୁ ନଭେମ୍ବର ମାସ ଯାଏଁ) ଏଥିରେ ମଧ୍ୟ ଅନେକ ସମସ୍ୟା ଉପୁଜୁଥିବା ଜଣାପଡିଛି। ଏସବୁ ସମସ୍ୟା ଗୁଡିକ ବିଷୟରେ ବ୍ଳକ ଶିକ୍ଷାଧିକାରୀ ତପିମଣି ଜାନୀଙ୍କ ମତାମତ ନେବାରୁ ୨୫ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ହିସାବରେ ୧୩୫ ଜଣ ଛାତ୍ର ଛାତ୍ରୀ ପାଇଁ ୮ ଜଣ ଶିକ୍ଷକ ସଂଖ୍ୟା ଠିକ ଅଛି। ପ୍ରାଥମିକ ଶ୍ରେଣୀ ପାଇଁ ଆଉଜଣେ ଶିକ୍ଷକ ଆମେ ଦେବାପାଇଁ ପ୍ରୟାସ କରୁଛୁ। ଆଉ ବିଦ୍ୟାଳୟର ଖେଳପଡିଆ ପାଇଁ ବିଦ୍ୟାଳୟର ପରିଚାଳନା କମିଟି ତହସିଲଦାର ଙ୍କୁ ଭେଟି ଗ୍ରାମରେ ରହିଥିବା ସରକାରୀ ଜାଗା ଚିହ୍ନଟ ପାଇଁ ଅନୁରୋଧ କଲେ ତହସିଲଦାର ବିଦ୍ୟାଳୟକୁ ଖେଳ ପଡିଆ ପାଇଁ ଜାଗା ଦେଇ ପାରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.