ଚତୁର୍ଥ ଦିନରେ ଦୋରାପଦର ବାତ୍ସଲ୍ୟ ଆଶ୍ରମର ଯଜ୍ଞ; ବ୍ୟାଘାତ ସାଜିଛି ବାତ୍ୟା ମୋନ୍ଥା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମ ନିକଟସ୍ଥ ବାତ୍ସଲ୍ୟ ଆଶ୍ରମରେ ଚାରିଦିନ ହେଲା ଚାଲିଛି ରୁଦ୍ର ମହାଯଜ୍ଞ ଓ ଶ୍ରୀମଦ ଦ୍ଭାଗବତ ପରାୟଣ କାର୍ଯ୍ୟକ୍ରମ। ଏନେଇ ଶୁକ୍ରବାର ଅପରାହ୍ନ ୪ ଟା ରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ତିନିଦିନ ଧରି ସୁନ୍ଦର ଭାବରେ ଭାବରେ ଚାଲି ଆସୁଥିଲା ରୁଦ୍ର ମହାଯଜ୍ଞ ଓ ଶ୍ରୀମଦ୍ ଭାଗବତ ପାରାୟଣ। ହେଲେ ଏଥିରେ ବ୍ୟାଘାତ ସାଜିଛି ବାତ୍ୟା ମୋନ୍ଥା। ବାତ୍ୟା ମୋନ୍ଥା ଯୋଗୁଁ ଆଜି ସକାଳୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ଯଜ୍ଞ ସ୍ଥଳ ପାଣି କାଦୁଅରେ ସୁଡୁ ବୁଡୁ ହୋଇଯାଇଅଛି। ୨୫/୧୦ ଶନିବାର ରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ୩୧ ତାରିଖରେ ପୂର୍ଣ୍ଣାହୁତି ପଡିବ। ୩୦ ସକାଳେ ଆରମ୍ଭ ହେବ ନାମଯଜ୍ଞ। ଶ୍ରୀମଦ୍ ଭାଗବତ ପାରାୟଣ ଋଷଭ ବେଦବାଗ ପ୍ରବଚନ କଥାମୃତ କରୁଥିବା ବେଳେ ବ୍ରହ୍ମଚାରୀ ଅନ୍ତର୍ଯ୍ୟାମୀ ରୁଦ୍ରଯଜ୍ଞ ପରିଚାଳନା କରୁଛନ୍ତି। ତନୟା ମାଝୀ ଓ ଗୋବର୍ଦ୍ଧନ ମାଝୀ, ସୁକାନ୍ତି ପଧାନ ଓ ଦୟା ପଧାନ, ସୌରୀ ପଧାନ ଓ ଜୟ ପ୍ରକାଶ ପଧାନ ତିନିଯୋଡ଼ି ଦମ୍ପତି ରୁଦ୍ର ମହାଯଜ୍ଞ ରେ କର୍ତ୍ତା ଦାୟୀତ୍ୱ ନିର୍ବାହନ କରୁଥିବା ଜଣା ପଡିଛି। ଦହଲ, ଦୋରାପଦର, ମାଣ୍ଡେଲ, ସର୍ଗିଗୁଡା, ଅଶୃଗଡ, ଘଣ୍ଟମାଳ, ଆଡରିଂ ଓ ତିଲେଇମାଲ ର ଗ୍ରାମବାସୀ ପଦ୍ମ ଚରଣ ନାଏକ, ସାରଥି ନାୟକ, ପ୍ରଦୀପ କୁମାର ନାଏକ, ଗୋବିନ୍ଦ ଗୌଡ, କନକ ମାଝୀ, ତୁଳସା ମାଝୀ, ଯଶୋବନ୍ତି ମାଝୀ, ସୁରେଶ କୁମାର ନାଏକ, ବୈଲୋଚନ ମାଝୀ, ଗଣ୍ଡାଧର ନାଏକ, ସତ୍ୟରାମ ମାଝୀ, ତନୁ ମାଝୀ, ପଙ୍କଜ ମାଝୀ, କାର୍ତ୍ତିକ ମାଝୀ, ଯତୀନ୍ଦ୍ର ନାଏକ, ଦୁର୍ଯ୍ୟୋଧନ ପଧାନ ପ୍ରମୁଖ ଯଜ୍ଞ ପରିଚାଳନରେ ସହଯୋଗ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.