ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଲେ କଲମପୁର ବିଡ଼ିଓ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି କଲମପୁର ବିଡ଼ିଓ ବିଜୟ କୁମାର ମଣ୍ଡାଙ୍ଗି। ପଣ୍ଡି ଗାଁ ମଣ୍ଡି ସମେତ ତେନ୍ତୁଳୀଖୁଣ୍ଟି, ପରୁଆଗୁଡା, ହାରାମାଳ, ବନ୍ଧକନା, ଟେମରା ସମେତ ଅନେକ ଧାନ ମଣ୍ଡି ପରିଦର୍ଶନ କରିବା ସମୟରେ ସମସ୍ତ ଚାଷୀ ଏକଜୁଟ ହୋଇ ଶ୍ରୀ ବିଡ଼ିଓଙ୍କୁ କାହିଁକି ଟୋକନ ଆସୁନି ବୋଲି ଅଭିଯୋଗ କରିଥିଲେ। ବିଡିଓ ଚାଷୀ ମାନଙ୍କୁ ଅଳ୍ପ ଦିନ ମଧ୍ୟରେ ଟୋକନ ପାଇଯିବେ ବୋଲି ଆଶ୍ୱାସନା ଦେଇଥିଲେ ଓ ଧାନ କିଣୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଠିକ ହିସାବରେ ଧାନ କିଣନ୍ତୁ ଏବଂ ଠିକ ଭାବରେ ଚାଷୀଙ୍କ ପାଇଁ ଅଖା ବୋରା ସହିତ ଗାଡି ଯୋଗାଇବା ପାଇଁ ଏସଏଚଜି ମା ମାନଙ୍କ ସହ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.