ଜନ୍ମମାଟି ବିଜେପୁରରେ ଭବ୍ୟ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଟିଟିଲାଗଡ଼ ବ୍ଲକ ବିଜେପୁର ଗ୍ରାମର ନାରାୟଣ ବଗର୍ତ୍ତୀ ଓଡ଼ିଶା ରାଜ୍ୟ ଜୁନିୟର ଆଥଲେଟିକ୍ ଚାମ୍ପିୟନସିପରେ ଦ୍ଵିତୀୟ ସ୍ଥାନ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣି ଆସିଛନ୍ତି। ମୟୁରଭଞ୍ଜର ରାଇରଙ୍ଗପୁରରେ ଆୟୋଜିତ ଓଡ଼ିଶା ରାଜ୍ୟ ଜୁନିୟର ଆଥଲେଟିକ୍ ଚାମ୍ପିୟନସିପର ଡିସକସ ଥ୍ରୋରେ ସେ ଭାଗନେଇ ଏହି ସଫଳତା ହାସଲ କରିଥିବା ଜଣାପଡିଛି। ବିଜେପୁର ବାସିନ୍ଦା ତଥା ବାଞ୍ଜିପଦର ହାଇସ୍କୁଲର କ୍ରିଡ଼ା ଶିକ୍ଷକ ଆର୍ତ୍ତତ୍ରାଣ ବଗର୍ତ୍ତୀଙ୍କ ସୁପୁତ୍ର ନାରାୟଣ ବର୍ତ୍ତମାନ ଟିଟିଲାଗଡ଼ ଡିଏଭି କଲେଜରେ ଅଧ୍ୟୟନ କରୁଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ବିଜେପୁରରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଇଥିଲା। ବିଜେପୁର ଗ୍ରାମପଞ୍ଚାୟତ ବିକାଶ କମିଟି ସଭାପତି ଅଶୋକ ବଗର୍ତ୍ତୀ, ସ୍ଥାନୀୟ ସରପଞ୍ଚଙ୍କ ହୃଷିକେଶ ବାଗ, ବାଞ୍ଜିପଦର ହାଇସ୍କୁଲର ପ୍ରଧାନଶିକ୍ଷକ ପାଣ୍ଡବ ବଗର୍ତ୍ତୀ, ବରିଷ୍ଠ ନେତୃତ୍ବ ଗତିକୃଷ୍ଣ ବଗର୍ତ୍ତୀ, ସରତ ଚନ୍ଦ୍ର ବଗର୍ତ୍ତୀଙ୍କ ସମେତ ଗ୍ରାମର ଯୁବକମାନେ ଉପସ୍ଥିତ ଥିଲେ।





