ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଲୟରେ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ର ଶେଖର ମାଝୀ, ଧର୍ମଗଡ ଫାୟାର ଅଫିସର, ମୁଖ୍ୟ ବକ୍ତା ଭାବେ ସୈଷ୍ଣବ ନିଆଲ, ରାଜୁ ବରିହା, ରାଜୁ ପ୍ରସାଦ ସାଇ, ଜୟନ୍ତୀ କୁମାରୀ ମୁଦୁଲି ପ୍ରମୁଖ ଯୋଗଦେଇ ଆତ୍ମ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଡ଼ିନେଟର ଭାବେ କୁମାରୀ ଅର୍ଚ୍ଚନା ଗୁଛି ଉପସ୍ଥିତ ଥିଲେ। ନିଜ ନିଜର ଉପସ୍ଥିତି ବୁଦ୍ଧିକୁ ବ୍ୟବହାର ଠିକ୍ ସମୟରେ କରି ପାରିଲେ ଯେ କୌଣସି ଭିଡ ଭିତରୁ ନିଜକୁ ମୁକୁଲେଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ସରୋଜ କୁମାର ମେହେର, ଅଧ୍ୟାପିକା ସୁଜାତା ମହାନ୍ତି, ଝରଣା ପ୍ରଧନୀ, ସନ୍ଧ୍ୟା ବାରିକ, କୁମୁଦିନୀ ନାଏକ, ଲୁସି ଗଉଡ଼, ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସେଲ୍ଫ ଡିଫେନ୍ସର ଟ୍ରେନର କୁମାରୀ ଜଳି ପରାଭୁଏ ଏବଂ ଏଥିରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଟିକୁ ସଞ୍ଚାଳନ କରିଥିଲେ ଅଧ୍ୟାପକ ଜୟଦ୍ରଥ ସୁନା ଏବଂ ଧନ୍ୟବାଦ ଦେଇଥିଲେ ପଦ୍ମାଳୟା ଦଣ୍ଡସେନା।





