ନର୍ଲାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ସାମିଲ ହେଲେ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମସ୍ତଙ୍କ ଘରେ ତ୍ରିରଙ୍ଗା ପତାକା ଲଗେଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରାଦେଶରେ  ସ୍ୱାଧୀନତା ଦିବସ ପୂର୍ବରୁ ସପ୍ତାହ ବ୍ୟାପୀ ଚାଲିଛି ଜନ ସଚେତନତା କାର୍ଯ୍ୟକ୍ରମ। ଏହି କ୍ରମରେ ନର୍ଲାରେ ବିଜେପି ତରଫରୁ ମଣ୍ଡଳ ସଭାପତି ଶିବ ପ୍ରସାଦ ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ, ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ରୁପେଶ ଜୈନ, ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତିରଞ୍ଜନ ଶତପଥି, ଜିଲ୍ଲା ଉପସଭାପତି ମନ୍ମୟ ଚାନ୍ଦ, ବିଷ୍ଣୁ ଚରଣ ବଡପଣ୍ଡା, ଧର୍ମେନ୍ଦ୍ର ବାହୁକ, ଦଶରଥ ସାହୁ, ସରୋଜ ବୁଦ୍ଧିଆ, ଆଶୁତୋଷ ପାଢୀ, ପ୍ରସୁନ୍ କୁମାର ଜାଲ, ଚିରଞ୍ଜିବୀ ଗୌଡିଆ ପ୍ରମୁଖଙ୍କ ସମେତ ୬୦ ରୁ ଉର୍ଦ୍ଧ୍ୱ ବିଜେପି ନେତା ସାମିଲ ହୋଇଥିଲେ।

ବିଜେପିର ଏହି ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମରେ ଶାରିରୀକ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ବଗର୍ତ୍ତିଙ୍କ ନେତୃତ୍ୱରେ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ, ସୁମନ୍ତ ପୁଝାରୀଙ୍କ ନେତୃତ୍ୱରେ ଯୁକ୍ତ ଦୁଇ କଲେଜର ଛାତ୍ରଛାତ୍ରୀ, ଚେୟାରମେନ ନବୀନ କୁମାର ଦାସଙ୍କ ନେତୃତ୍ୱରେ ମାଉଣ୍ଟେନ କିଡ୍ସ ସ୍କୁଲର ଛାତ୍ରଛାତ୍ରୀ ଓ ଗୁରୁକୁଳ ନର୍ସିଂ କଲେଜର ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ନର୍ଲା ଚାରିଛକରୁ ଏକ ଭବ୍ୟ ଶୋଭାଯାତ୍ରାରେ ୧୫୦ ଫୁଟ ଲମ୍ବର ଜାତୀୟ ପତାକା ସାଙ୍ଗକୁ ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରୀରଙ୍ଗା ପତାକା ଧରି ଭାରତ ମାତାକି ଜୟ, ହର ଘର ତ୍ରିରଙ୍ଗା, ଘରଘର ତ୍ରିରଙ୍ଗା ପ୍ରଭୃତି ନାରା ଦେଇ ନର୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପର୍ଯ୍ୟନ୍ତ ଯାଇ ଜନସଚେତନତା ସୃଷ୍ଟି କରିଥିଲେ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଦୁଇ ବର୍ଷ ହେଲା ଭାରତ ବାସୀଙ୍କ ମଧ୍ୟରେ ଦେଶ ପ୍ରେମ ଜାଗୃତ କରି ସୁଦୃଢ କରିବା ଲକ୍ଷ୍ୟ ନେଇ ଏହି ସରକାରୀ କାର୍ଯ୍ୟକ୍ରମ ହର ଘର ତ୍ରୀରଙ୍ଗା, ଘରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଚାଲିଛି ଏହି କାର୍ଯ୍ୟକ୍ରମ। ସାରା ଦେଶବ୍ୟାପୀ ସପ୍ତାହ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ ତ୍ରୀରଙ୍ଗା ପତାକା ଲଗେଇବା ପାଇଁ ଆହ୍ୱାନ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ। ଏହି କ୍ରମରେ ଆଜି ନର୍ଲାରେ ଅନୁଷ୍ଠିତ ହୋଇଛି ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ। ଏହା ଦଳୀୟ ସ୍ତରରେ ପ୍ରଶାସନିକ ସ୍ତରରେ, ବିଭିନ୍ନ ସ୍କୁଲ କଲେଜ ଗୁଡିକରେ ଅନୁଷ୍ଠିତ ହେଉଛି ଏହି କାର୍ଯ୍ୟକ୍ରମ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.