ଉଦଯାପିତ ହେଲା ନର୍ଲା ଡିଗ୍ରୀ କଲେଜର ଆତ୍ମ ସୁରକ୍ଷା ତାଲିମ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ଜୁଲାଇ ୨୮ରୁ ଚାଲିଛି ଶକ୍ତି ଶ୍ରୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଧ୍ୟାପକ ସୁଶାନ୍ତ ସାହୁ ଓ ସଂଯୋଜିକା ଅଧ୍ୟାପିକା କୋଶଲ୍ୟା ଗଡବାଙ୍କ ନେତୃତ୍ୱରେ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଦେବା, ମାନସିକ ଦକ୍ଷତା ଅଭିବୃଦ୍ଧି ପାଇଁ ତାଲିମ ଦେବା, ପ୍ରତ୍ୟହ ଯୋଗ ସାଧନା ପାଇଁ ଉତ୍ସାହିତ କରିବା ଭଳି କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୨୮ ରୁ ଆରମ୍ଭ ହୋଇଥିବା ଶକ୍ତି ଶ୍ରୀ କାର୍ଯ୍ୟକ୍ରମ ମଧ୍ୟରେ ଅଗଷ୍ଟ ୬ ରୁ ୧୨ ଯାଏଁ ଚାଲିଥିଲା ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର। ଆଜି ଏହାର ଉଦ୍‌ଯାପନୀ ହୋଇଯାଇଛି। ଡିଗ୍ରୀ କଲେଜ ପ୍ରଥମ ବର୍ଷର ୭୩ଜଣ ଛାତ୍ରୀ ଏଥିରେ ତାଲିମ ନେଉଥିଲେ। ଏବଂ ଆତ୍ମ ସୁରକ୍ଷା ବିଷୟରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ତାଲିମ ନେଇ ଆସିଥିବା କଲେଜର ପୁରାତନ ଛାତ୍ରୀ କୁମୁଦିନୀ ମାଝୀ ଏମାନଙ୍କୁ ତାଲିମ ପ୍ରଦାନ କରୁଥିଲେ। ଆଜି ଏହି ଶିବିରର ଉଦ୍‌ଯାପନୀ ହୋଇଛି। ଉଦ୍‌ଯାପନୀ ଉତ୍ସବରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଧ୍ୟାପକ ଶ୍ରୀ ସାହୁ, ଅଧ୍ୟାପିକା ସୁଶ୍ରୀ ଗଡବା, ଶାରିରୀକ ଶିକ୍ଷକ କ୍ଷୀତିଶ ବଗର୍ତ୍ତି, କର୍ମଚାରୀ ପାର୍ବତୀ ଦାସ, ମନୋଜ କୁମାର ନନ୍ଦ ଓ ପ୍ରଶିକ୍ଷୀକା ସୁଶ୍ରୀ ମାଝୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀ ଳମାନଙ୍କୁ ଆତ୍ମ ସୁରକ୍ଷା ଓ ଏହାର ସତ୍ ବ୍ୟବହାର ଉପରେ ମାର୍ଗ ଦର୍ଶନ ଦେବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଶକ୍ତି ଶ୍ରୀ କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ଅନ୍ୟ ତାଲିମ ଗୁଡିକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଶେଷରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.