ପୁରୁଷୋତ୍ତମପୁର ବ୍ଲକରେ ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନକ୍ରମେ ୮୦ ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବ୍ଲକ ରେ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଦେବାଶିଷ ସାମଲ ଙ୍କ ମିଳିତ ସଂଯୋଜନା ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏ ପରିପ୍ରେକ୍ଷୀରେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକଙ୍କ ଉପସ୍ଥିତି ରେ ପୁରୁଷୋତ୍ତମପୁର ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବ୍ଲକ ଛକରୁ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରି କାଳୀ ମନ୍ଦିର ଛକ ଠାରୁ ପୁଣି ବ୍ଲକ ଛକ ଆସି ଏହା ଶେଷ ହୋଇଥିଲା | ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଯୁବକ,ବିଭିନ୍ନ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସମେତ ସହରବାସୀ ଉତ୍ସାହ ଓ ଉଦ୍ଦୀପନାର ସହ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆତ୍ମାର ଅଧକ୍ଷ ଅରୁଣ କୁମାର ପଣ୍ଡା, ବିଜେପି ମଣ୍ଡଳ ସଭାପତି ନୀଲେସୁ ମହାରଣା, ତହସିଲଦାର ବିନୋଦ କୁମାର ବେହେରା, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଏନଏସି କାର୍ଯ୍ୟନିର୍ବାହୀ ଇନଚାର୍ଜ ଅଧିକାରୀ ସଂଗୀତା ସେଠୀ, ଅତିରିକ୍ତ ତହସିଲଦାର କେ ଦେବାଶିଷ ମହାପାତ୍ର, ବିଧାୟକ ବ୍ଲକ ପ୍ରତିନିଧି କୋରନାଥ ସ୍ୱାଇଁ, ଏନଏସି ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା, ଆଇ ଆଇ ସି କୂଳମଣି ସେଠୀ, ଏସ ଆଇ ଦେବାଶିଷ ମହାପାତ୍ର, ବ୍ଲକ କୃଷି ଅଧିକାରୀ ଶୁଭ ଦର୍ଶିନୀ ବେହେରା, ଉଦ୍ୟାନ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି, ବି ଏସ ଏସ ଓ କାହ୍ନୁ ଚରଣ ସୋରେନ, ବିପିସି ସାଇଦତ୍ତ ବେହେରା, ବିପିଏମ ମିନେନ୍ଦ୍ର ଦଳେଇ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତିନିଧି ମନୋଜ ଦାଶ, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, 35ନଂ ଜିଲ୍ଲା ପରିଷଦ ସଦସ୍ୟ ପିଙ୍କି ନାହାକ,ଏନଏସି 2 ନଂ କାଉନ ସିଲର ଭାସ୍କର ବେହେରା, ପୂର୍ବତନ ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ,ତାପସ ବେହେରା, ମୋହିନୀ ନାୟକ, ପ୍ରଭାକର ରାଉଳ, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ଙ୍କ ସହ ବହୁ ନେତା, କର୍ମୀ, ମହିଳା କର୍ମୀ ଙ୍କ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.