ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାରର ଶିଶୁ ବାଟିକା ବିଭାଗ ଆଧାର ସ୍ତର ମାତୃ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାରର ଶିଶୁ ବାଟିକା ବିଭାଗ ଆଧାର ସ୍ତର ମାତୃ ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ ସମ୍ମିଳନୀ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଓ ଶିଶୁ ବାଟିକା ପ୍ରମୁଖ ସୁକାନ୍ତି ଦାଶଙ୍କ ଅଧ୍ୟକ୍ଷତା ରେ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସୁନାମଧନ୍ୟା ଲେଖିକା କଳ୍ପନା ରଥ ଯୋଗଦେଇଥିଲେ। ପରିଚାଳନା କମିଟିର ସମ୍ପାଦକ ଅଶୋକ କୁମାର ସିଂ ଉପସ୍ଥିତ ଥିଲେ। ମାତୃ ଭାରତୀର ସଭାନେତ୍ରୀ ଅମୃତାଞ୍ଜଳି ପଣ୍ଡା ଉପସ୍ଥିତ ଥିଲେ। ସମ୍ମିଳନୀରେ ପ୍ରାୟ ୬୦ ଜଣ ମାଆ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ମାଆ ମାନଙ୍କୁ ଖୁବ୍ ସୁନ୍ଦର ଭାବେ ତାଙ୍କର ଶିଶୁ ପ୍ରତି ଥିବା କର୍ତ୍ତବ୍ୟ ଓ ଦାୟୀତ୍ୱ ବିଷୟ ରେ ବୁଝାଇ କହିଥିଲେ। ଏବଂ ସମ୍ପାଦକ ମହାଶୟ ବିଦ୍ୟାଳୟ ର ଉର୍ଣ୍ଣତି ଓ ଶିଶୁ ଙ୍କ ବିକାଶ ପାଇଁ ଅଭିଭାବକ ଙ୍କ ସହଯୋଗ ବିଷୟ ରେ କିଛି ବାର୍ତ୍ତା ରଖିଥିଲେ। ଶିଶୁ ଙ୍କ ଜନ୍ମ ଦିନ ପାଳନ ସମୟରେ କେକ୍ ନ କାଟି କେମିତି ଶିଶୁ ଙ୍କୁ ମନ୍ଦିର ନେବା ପୂଜା କରିବା, କିଛି ଗଛଲଗାଇବା ଏହିଭଳି ଦେଶଭକ୍ତି ଭାବ ଜାଗ୍ରତ କରାଇବା ପାଇଁ ମାତୃ ଭାରତୀ ର ସଭାନେତ୍ରୀ  କହିଥିଲେ। ସମ୍ମିଳନୀ ରେ ଉପସ୍ଥିତ ଥିବା ମାଆ ମାନେ ମଧ୍ୟ ଆନନ୍ଦ ରେ ଗ୍ରହଣ କରିଥଲେ। ଶେଷରେ ଦନ୍ୟବାଦଅର୍ପଣ କରିଥିଲେ ସୁଧାରାଣୀ ପଣ୍ଡା। କାର୍ଯ୍ୟକ୍ରମ ଟି ଶିଶୁ ବାଟିକା ବିଭାଗ ଆଧାର ସ୍ତର ର ସମସ୍ତ ଗୁରୁଜୀ / ଗୁରୁମା ଓ ସେବକ / ସେବିକା ଙ୍କ ସହଯୋଗ ରେ ସଫଳ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.