ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବାରିଣିପୁଟ ଗ୍ରାମ ପଞ୍ଚାୟତ ପରିସରରେ ଆଜି ମୋବାଇଲ୍ ଲିଗାଲ୍ ଏଡ୍ କ୍ଲିନିକ୍ (MLAC) ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ମାଗଣା ଆଇନଗତ ସହାୟତା, ଆଇନ ସଚେତନତା ଏବଂ ବିଭିନ୍ନ ସରକାରୀ ସାମାଜିକ ସୁବିଧା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ପଦ୍ମା ନନ୍ଦୀ ଏବଂ ନାଏବ ସରପଞ୍ଚ ଶ୍ରୀ ବସନ୍ତ ବରାଳ ଉପସ୍ଥିତ ରହିଥିଲେ। CSNR ପକ୍ଷରୁ ଅରବିନ୍ଦ ଷଡ଼ଙ୍ଗୀ, ସୁନୀଲ ମିଶ୍ର ଓ ଅଜୟ ଖୋସଲା ଉପସ୍ଥିତ ରହି କାର୍ଯ୍ୟକ୍ରମର ସମନ୍ୱୟ ଓ ସହଯୋଗ କରିଥିଲେ। MLACରେ Resource Person ଭାବେ Advocate ସଲମନ ନାଗ, Advocate ଗାୟତ୍ରୀ ପଟ୍ଟନାୟକ ଏବଂ Advocate ପ୍ରଭାତୀ ରାଣୀ ଲିମା ଯୋଗଦେଇ ଗ୍ରାମବାସୀଙ୍କ ବିଭିନ୍ନ ଆଇନଗତ ସମସ୍ୟା ଶୁଣିବା ସହ ଆବଶ୍ୟକ ଆଇନଗତ ପରାମର୍ଶ ଓ ସହାୟତା ପ୍ରଦାନ କରିଥିଲେ। ଏହି MLAC ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ସହଜରେ ଆଇନଗତ ସହାୟତା ପାଇପାରିବା ସହ ନିଜ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ ହେବାର ସୁଯୋଗ ପାଇଥିଲେ।





