ବିଜେପୁରରେ ସାଂସ୍କୃତିକ ସନ୍ଧ୍ୟା ଓ ନୃତ୍ୟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ବ୍ଲକର ବିଜେପୁର ଗ୍ରାମଠାରେ ସାଂସ୍କୃତିକ ସନ୍ଧ୍ୟା ଓ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜୟ ମାଁ ଚଣ୍ଡେଶ୍ବରୀ ଗଣେଶ ପୂଜା କମିଟି ପକ୍ଷରୁ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଜେପୁର ସରପଞ୍ଚ ହୃଷୀକେଶ ବାଗ, ବିଜେପୁର ଗ୍ରାମ ପଞ୍ଚାୟତ ବିଜେପି ସଭାପତି ଅଶୋକ ବଗର୍ତ୍ତୀ, ବିଜେପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ମାଝୀ, ବାଞ୍ଜିପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟିକେରାମ ବଗର୍ତ୍ତୀ ପ୍ରମୁଖ ମଞ୍ଚାସୀନ ରହି ଗଣପର୍ବ ନୂଆଖାଇର ମହତ୍ତ୍ୱ ବିଷୟରେ ଆଲୋକପାତ କରିବାସହ ଗ୍ରାମରେ ଭାଇଚାରା ସଦା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। କମିଟିର ସଭାପତି ଶିବ ନାରାୟଣ ବଗର୍ତ୍ତି ସାଂସ୍କୃତିକ ସାନ୍ଧ୍ୟ ବୈଠକର ଅଧ୍ୟକ୍ଷତା କରିଥିବାବେଳେ ଶରତ କୁମାର ବଗର୍ତ୍ତି ଓ ଭୌତିକ ବଗର୍ତ୍ତୀ ସଭା ମଞ୍ଚ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗିତାର ମଞ୍ଚ ସଂଯୋଜନା କରିଥିଲେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଉଦଘୋଷକ ସୁଧୀର ନାଏକ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ନୃତ୍ୟ ପ୍ରତିଯୋଗିତାରେ ପାୱାର ଏକାଡେମୀ ଖପ୍ରାଖୋଲ ପ୍ରଥମ ସ୍ଥାନ ଅଧିକାର କରି ୧୦,୦୦୦ ଟଙ୍କା ପୁରସ୍କାର ରାଶି ପାଇଥିବାବେଳେ କୋରାପୁଟର ରୂପେଲି ପଟେଲ ଦ୍ୱିତୀୟ ପୁରସ୍କାର ୬୦୦୦ ଟଙ୍କା, ଟି.କେ. ଡାନ୍ସ ଗ୍ରୁପ ଗୁଞ୍ଚିତରା ତୃତୀୟ ପୁରସ୍କାର ୩୦୦୦ ଟଙ୍କା ଓ ସାଇନିଙ୍ଗ ଷ୍ଟାର୍ ଟିଟିଲାଗଡ଼ ଚତୁର୍ଥ ସ୍ଥାନରେ ରହି ୧୦୦୦ ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ। ସାଂସ୍କୃତିକ ସଭା ଓ ନୃତ୍ୟ ପ୍ରତିଯୋଗିତା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ଜୟ ମାଁ ଚଣ୍ଡେଶ୍ବରୀ ଗଣେଶ ପୂଜା କମିଟି ବିଜେପୁରର ଉପସଭାପତି ଝସକେତନ ବଗର୍ତ୍ତୀ, ସମ୍ପାଦକ ଭୋଦେବ ବଗର୍ତ୍ତୀ, ଯୁଗ୍ମ ସମ୍ପାଦକ ଅଜିତ ବଗର୍ତ୍ତୀ, କୋଷାଧ୍ୟକ୍ଷ ରାଜେଶ ବଗର୍ତ୍ତୀ, ମ୍ୟାନେଜର ଭୌତିକ ବଗର୍ତ୍ତୀ, ସଂଯୋଜକ ଦୀପକ ବଗର୍ତ୍ତୀ, ସହ ସଂଯୋଜକ ଦେବାଶିଷ ବଗର୍ତ୍ତୀ, କମିଟି ସଦସ୍ୟ ରକି ବଗର୍ତ୍ତୀ, ସୁଦାମ ବଗର୍ତ୍ତୀ, ଟୁକେନ୍ଦ୍ର ବଗର୍ତ୍ତୀ, ବିକ୍ରମ ବଗର୍ତ୍ତୀ, ବିଦୁର ବଗର୍ତ୍ତୀ, ପ୍ରମୋଦ ପୋଢ଼, ଡୋଳା ବଗର୍ତ୍ତୀ, ମିଲୁ ବଗର୍ତ୍ତୀ, ଭୋଟ ବଗର୍ତ୍ତୀ, ସୁନୀଲ ବଗର୍ତ୍ତୀ, ସୁଶୀଲ ବଗର୍ତ୍ତୀ, ରଜତ ବଗର୍ତ୍ତୀ, ସିତମ୍ ବଗର୍ତ୍ତୀ, ପିନୁ ବଗର୍ତ୍ତୀ, ଚିନୁ ବଗର୍ତ୍ତୀ, ପ୍ରକାଶ ବଗର୍ତ୍ତୀ, ଉମା ବଗର୍ତ୍ତୀ, ଲିପୁନ୍ ବଗର୍ତ୍ତୀ, ରୋଶନ ବଗର୍ତ୍ତୀ, ପ୍ରଜ୍ଞାନ ପଣ୍ଡା, ମୋହିତ ବଗର୍ତ୍ତୀ, ସୂରଜ ବଗର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.