ସମାଜ ସଂସ୍କାରକ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର

ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ, ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଔରସରୁ ଓ ମାତା ମନମୋହିନୀ ଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ। ଝାରଖଣ୍ଡର ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ। ସେ ୧୪ ସେପ୍ଟେମ୍ବର ୧୮୮୮ ମସିହାରେ ପବିତ୍ର ତାଳ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.