ଖଡ଼ିଆଳ କ୍ରିକେଟ ଓ ସ୍ପୋର୍ଟସ ଏସୋସିଏସନ୍ ପକ୍ଷରୁ ଚତୁର୍ଥ ଫୁଟବଲ ମହାକୁମ୍ଭ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଖଡ଼ିଆଳ କ୍ରିକେଟ ଓ ସ୍ପୋର୍ଟସ ଏସୋସିଏସନ୍ ପକ୍ଷ ରୁ ଚତୁର୍ଥ ଫୁଟବଲ ମହାକୁମ୍ଭ ଶୁଭ ଉଦ୍ଘାଟିତ ହୋଇଯାଇଅଛି। ଫୁଟବଲ୍ ଖେଳକୁ ଅଞ୍ଚଳ ରେ ଚାହିଦା ବୃଦ୍ଧି ସାଙ୍ଗକୁ ଫୁଟବଲ ଏକାଡେମୀ ନିର୍ମାଣ ଲକ୍ଷ୍ୟ ନେଇ ଉନ୍ନତମାନର ଖେଳାଳି ପ୍ରସ୍ତୁତ କରିବା ପାଇଁ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦୃଢକ୍ତି ପ୍ରକାଶ କରିଛନ୍ତି। ଆଜି ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୬୯ ଗୋଟି ଗ୍ରାମପଞ୍ଚାୟତ ରୁ ୬୯ ଗୋଟି ଦଳ ସାମିଲ ହୋଇଥିବା ବେଳେ ତିନି ବ୍ଲକ ରେ ଫୁଟବଲ୍ ଖେଳ ପାଇଁ ବ୍ୟାପକ ଉତ୍ସାହ ହେଖିବାକୁ ମିଳିଅଛି। ଖେଳାଳିଙ୍କ ମଧ୍ୟରେ ଫୁଟବଲ୍ ମହକୁମ୍ଭ ପାଇଁ ଥିବା ଅପେକ୍ଷା ସ୍ପଷ୍ଟ ଅନୁମେୟ ଅଟେ।

ଆଜି ଏହି ଉଦ୍ଘାଟନ ଉତ୍ସବ ରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଲା ମାଝୀ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଜିଲ୍ଲାପରିଷଦ ଆଶା ଜୈନ, ଚିତ୍ତ ରଞ୍ଜନ ବେହେରା, ତନୟା ଶବର, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସମାଜ ସେବୀ ଅକ୍ଷୟ ନନ୍ଦ,ସମିତି ସଭ୍ୟ ଟିକେଶ୍ୱର ପଟେଲ, ଅଞ୍ଚଳ ବହୁ ସରପଞ୍ଚ ଯୋଗ ଦେଇଥିଲେ। ଆଜି ଉଦ୍ଘାଟନୀ ଖେଳ ଚନାବେଡା ଏବଂ ରୋକାଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ସଭାରେ ଦୁଇ ଦଳକୁ ଉତ୍ସାହିତ କରି କ୍ରୀଡ଼ାବିତ୍ ମନୋଭାବରେ ଖେଳିବାକୁ ଆହ୍ୱାନ କରିଥିଲେ। ଆଜି ଠାରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ। ଉଦ୍ଘାଟନୀ ଉତ୍ସବରେ ପଡ଼ିଆ ମଧ୍ୟରେ ସଂସ୍କୃତି ଦଳ ଓ ଫୁଟବଲ ଖେଳାଳି ଙ୍କ ପରିକ୍ରମା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.