ଓଡ଼ିଆ ବାର୍ତ୍ତା/ କଟକ: ମଣିଷ ଜନ୍ମ ଯଦି ଅନ୍ୟର ଉପକାରରେ ଲାଗେ ତାହା ସାର୍ଥକ । ଯୁବ ସମାଜସେବୀ, ରକ୍ତଦାତା, ଦକ୍ଷ ସଙ୍ଗଠକ ସତ୍ୟମ ଦାସ (ନନ୍ଦୁ) ଜଣେ ସେହିପରି ପ୍ରତିଭା । ସେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେହୁରି ଆନନ୍ଦପୁର ପୋଷ୍ଟ ଅନ୍ତର୍ଗତ ମାନାଲାପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ପିତାଙ୍କ ନାମ ପ୍ରଫୁଲ୍ଲ କୁମାର ଦାସ ଏବଂ ମାତାଙ୍କ ନାମ ମଞ୍ଜୁଳା ଦାସ । ସେ କୌସ୍ତଭ ସ୍କୁଲ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ଡିପ୍ଲୋମା ପାସ୍ କରିଛନ୍ତି ।
କାହାର ଜୀବନ ବଞ୍ଚାଇବା ପାଇଁ ଯେତେବେଳେ ରକ୍ତ କିମ୍ବା ପ୍ଲାଟେଲେଟ୍ର ଜରୁରୀ ଆବଶ୍ୟକତା ପଡ଼େ ସେତେବେଳେ ସହଯୋଗର ହାତ ବଢ଼ାଇବାକୁ ସତ୍ୟମ ସଦା ଆଗେଇ ଆସନ୍ତି । ସେ ଏସଡିପି ୧୧୭ ଥର, ସାଧାରଣ ରକ୍ତଦାନ ୪୦ ଥର ଏପରି ୩୩ ବର୍ଷ ବୟସରେ ମୋଟ ୧୫୭ ଥର ରକ୍ତଦାନ କରିଛନ୍ତି । ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ନେଇ ସେ ଜନ ସଚେତନତା ସୃଷ୍ଟି କରିବା, ସେବା ଆଦି ଦିଗରେ ଖୁବ୍ ତତ୍ପର ।





