ମରୁଭୂମିରେ ଓଡ଼ିଶା ମାଟିର ମହକ : ପ୍ରଥମ ନୂଆଁଖାଇ ମହୋତ୍ସବରେ ଦୁଲୁକିଲା କୁଏତ 

ଓଡିଆ ବାର୍ତ୍ତା/ କଟକ: ମରୁଭୂମିର ଦେଶ କୁଏତରେ ପ୍ରଥମ ଥର ପାଇଁ ମହାଆଡ଼ମ୍ବରରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। କୁଏତ ଓଡ଼ିଶା ଆସୋସିଏସନ୍ (କେଓଏ) ଆନୁକୂଲ୍ୟରେ ଭାରତୀୟ ଦୂତାବାସ ପରିସରରେ ଆୟୋଜିତ ହୋଇଥିଲା ‘ନୂଆଁଖାଇ ଭେଟଘାଟ ଓ ନବାନ୍ନ ଭକ୍ଷଣ’ କାର୍ଯ୍ୟକ୍ରମ । ପ୍ରଥମ ଥର ପାଇଁ ଆୟୋଜିତ କାର୍ଯ୍ୟକ୍ରମ ମା’ ସମଲେଶ୍ୱରୀଙ୍କ ଆବାହନୀ ଓ ପ୍ରସାଦ ସମର୍ପଣରୁ ଆରମ୍ଭ ହୋଇଥିଲା । ଓଡ଼ିଶୀ, ସମ୍ବଲପୁରୀ ଓ ଆଦିବାସୀ ଲୋକନୃତ୍ୟ ସହ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ପ୍ରବାସୀ ଓଡ଼ିଆ ପରିବାର ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିଜର ସ୍ୱତନ୍ତ୍ର ବାର୍ତ୍ତା ଜରିଆରେ କୁଏତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣେଇଥିଲେ l ଭାରତର ରାଷ୍ଟ୍ରଦୂତ ପାରମିତା ତ୍ରିପାଠୀ ଯୋଗଦେଇ ଏହି ଆୟୋଜନକୁ ପ୍ରଶଂସା କରିଥିଲେ । କେଓଏ ସଭାପତି ଅସୀମାନନ୍ଦ ମୁଣ୍ଡ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.