ଯୋର ଜମୁଛି ବାଲିପଡା ନବରାତ୍ର ଦୁର୍ଗାପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ବାଲିପଡା ର ବହୁ ପ୍ରସିଦ୍ଧ ନବରାତ୍ର ଦୁର୍ଗାପୂଜା ଯୋର ଜମୁଛି। ବିଶେଷ କରି ସନ୍ଧ୍ୟା ୭.୩୦ ଆଳତି ସମୟରେ ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହେଉଛି। ପାଗ ଅନୁକୂଳ ରହୁଥିବାରୁ ଭାନପୁର, ବାଗପୁର, ତୁଳାପଡା, ଘୋଡାବନ୍ଧ, ବାଲସିଙ୍ଗା ପ୍ରଭୃତି ଗ୍ରାମ ପଞ୍ଚାୟତ ର ୧୫ ଖଣ୍ଡ ଗ୍ରାମର ଲୋକେ ଏଇଠିକି ଆସି ଦୁର୍ଗାପୂଜା ମଜା ଉଠାଇଥାନ୍ତି। ନବରାତ୍ର ପୂଜା କମିଟିର ଅଧ୍ୟକ୍ଷ ଭାନପୁର ସରପଞ୍ଚ ଅନ୍ତରାମ ମାଝୀ ଓ କମିଟିର ସଭାପତି ଲୋଚନ ସାହୁଙ୍କ ନେତୃତ୍ୱରେ ପୂଜା ପରିଚାଳନା କମିଟିର ଉପଦେଷ୍ଠା ମୁଖ୍ୟ ପରେଶ କୁମାର ପଧାନ, ଉପାଧ୍ୟକ୍ଷ ତପନ ପଧାନ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସମ୍ପାଦକ ଆଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, ପାଣ୍ଠି ସଂଗ୍ରହ ସମ୍ପାଦକ ବବଲୁ ଭୋଇ,ପ୍ରବୀଣ ରଣା,ମନୋରଞ୍ଜନ ସମ୍ପାଦକ ରତିଲାଲ ସାହୁ, ବାଲାଜୀ ବେହେରା,ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ, ବରିଷ୍ଠ ସଦସ୍ୟ ତୁମେଶ୍ଵର୍ ସାହୁ, ତନୁ ଚନ୍ଦନ, ପ୍ରଶାନ୍ତ ବାରିକ, ସମୀର ଗୌଡ, ଅମନ ସାହୁ, ଟିକେଶ୍ୱର ରଣା, ସୁଶାନ୍ତ ନାୟକ, ଡବଲୁ ସାହୁ, ବିଶ୍ଵ ବେହେରା,ତଥା ବଣିକ ସଂଘ ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟକ୍ରମ ଚାଲିଛି।କର୍ତ୍ତା ମହେନ୍ଦ୍ର କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ତପସ୍ଵିନୀ ସାହୁ ପୂଜା କର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହନ କରୁଛନ୍ତି। ତୃତୀୟ ଦିନରେ ନବରାତ୍ରୀ ପୂଜା ପହଞ୍ଚି ଥିବା ବେଳେ ପ୍ରତ୍ୟହ ସୂର୍ଯ୍ୟପୂଜା , ମଙ୍ଗଳ ଆଳତି, ମହାସ୍ନାନ, ଅନ୍ନଭୋଗ, ସାନ୍ଧ୍ୟ ଆଳତୀ ପ୍ରଭୃତି ଚାଲୁଥିବା ମୁଖ୍ୟ ପଣ୍ଡିତ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ପ୍ରତ୍ୟହ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗତ ୧୦ ରେ କଳସ ଯାତ୍ରା ଓ ବେଲ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇଥିଲା ନବରାତ୍ର ଦୁର୍ଗାପୂଜା। ପୂଜକ ପଣ୍ଡିତ ଭାବରେ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ନିକୁଞ୍ଜ ପାଢୀ, ତରୁପ୍ରସାଦ ପାଢୀ ଓ ଶିବ ତ୍ରିପାଠୀ ସହଯୋଗୀ ଭାବରେ ରହି ପୂଜା ପରିଚାଳନା କରୁଥିବା ଜଣାପଡ଼ିଛି। ପୂର୍ବତନ ସରପଞ୍ଚ ସବିତା ସାହୁ ପୂଜା ମଣ୍ଡପରେ ଉପସ୍ଥିତ ରହି ପୂଜା ପରିଚାଳନା ରେ ସହଯୋଗ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.