ଘଣ୍ଟମାଲ ୟୁପି ସ୍କୁଲରେ ତାଲା ବନ୍ଦ ପ୍ରସଙ୍ଗ; ଜଣେ ଶିକ୍ଷକଙ୍କୁ ଦେବାପରେ ପ୍ରଶମିତ ହେଲା ଆନ୍ଦୋଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ୟୁପି ସ୍କୁଲରେ ଶିକ୍ଷକ ସମସ୍ୟାକୁ ନେଇ ଗତକାଲି (ବୁଧବାର) ଠାରୁ ପରିଚାଳନା କମିଟିର ସଭାପତିଙ୍କ ନେତୃତ୍ୱରେ ଚାଲିଥିଲା ତାଲା ବନ୍ଦ ଆନ୍ଦୋଳନ। ଏଥିରେ ଅଭିଭାବକ ଅଭିଭାବିକା, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଓ ସ୍କୁଲ କମିଟି ସଦସ୍ୟ ସଦସ୍ୟା ମାନେ ସ୍କୁଲ ରେ ତାଲାମାରି ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବୀ ରହିଥିଲା ୯ ଗୋଟି ଶ୍ରେଣୀ କୁ ୮ ଜଣ ଶିକ୍ଷକ ଦେବାପାଇଁ। ଗତକାଲି ଶିକ୍ଷା ବିଭାଗ ତରଫରୁ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଓ ସହ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ। ଆଜି (ଗୁରୁବାର) ପୂର୍ବାହ୍ନ ୧୦ ଟାରୁ ପୁଣି ଆରମ୍ଭ ହୋଇଥିଲା ଧାରଣା। ଆଜିର ଧାରଣାରେ ସ୍କୁଲ କମିଟି ସଦସ୍ୟ, ଅଭିଭାବକଙ୍କ ସହ ସ୍କୁଲ ର ଛାତ୍ର ଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ। ସ୍କୁଲ ସମ୍ମୁଖ ରାଜରାସ୍ତା କଡରେ ବସି ନାରା ଦେବା ସହ ପାଠ ପଢ଼ିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ମଧ୍ୟ ପାର୍ଶ୍ୱରେ ଉପସ୍ଥିତ ଥିଲେ। ଶିକ୍ଷକ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଜିଦ ରେ ରହିଥିଲେ ଆନ୍ଦୋଳନକାରୀ। ମଧ୍ୟାନ୍ନ ୧୨ ଘଣ୍ଟା ସମୟରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ, ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଓ ସହ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ତିଲେଇମାଳ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅସ୍ଥାୟୀ ଭାବରେ ଘଣ୍ଟମାଳ ସ୍କୁଲରେ ନିଯୁକ୍ତି ଦେବାପରେ ଧାରଣା ପ୍ରଶମିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.