ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ଠାରେ ନିଶା ମୁକ୍ତ ଯୁବ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଏନ୍.ଏସ୍.ଏସ୍ କୋ-ୟୁନିଟ ଦ୍ୱାରା ଏକଦିବସୀୟ ‘ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଗତ ଅଗଷ୍ଟ ଦୁଇ ତାରିଖରେ ଆରମ୍ଭ କରାଯାଇଥିବା ଏହି “ନଶା ମୁକ୍ତ ଯୁବ ଫର୍ ବିକଶିତ ଭାରତ: ୧୦୦ ସପ୍ତାହ ସଂକଳ୍ପ ଅଭିଯାନ” ତଥା ‘୧୦୦ ସପ୍ତାହ ଜାତୀୟ ଆନ୍ଦୋଳନ’ର ଅଂଶ ଭାବରେ ଏକାଦଶ ସପ୍ତାହ ଅବସରରେ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ନିଶା ମୁକ୍ତ ସଚେତନତା ସାଇକିଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାସେବୀମାନେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ ବାର୍ତ୍ତା ଦେଇଥିଲେ । ପରେ ମହାବିଦ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ମନୀଷା ସାହୁ, ଅଞ୍ଜଳି ମାଝୀ, ଅଲକା ବେହେରା, ଅଧ୍ୟାପକ ଦେବ ରାଜଗଣ୍ଡ, ମାନସ ନାଏକ, ସଦୟ ପଧାନ, ସଚିନ କୁମାର ସାହୁ, ତାପସ ଭୋଇ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ନିଶା, ତା’ର କୁପ୍ରଭାବ ବିଷୟରେ ବିଶଦ ଆଲୋଚନା କରିଥିଲେ । ସଭା ଆରମ୍ଭରେ ଅଧ୍ୟାପକ ଗଣପତି ବାଗଙ୍କ ଦ୍ୱାରା ରଚିତ ‘ନିଶା ମୁକ୍ତ ଯୁବ’ ବିଷୟକ ଗୀତ ଗାନ କରାଯାଇଥିଲା । ଅଧ୍ୟାପକ ତାପସ ରଞ୍ଜନ ଭୋଇ ସମସ୍ତଙ୍କୁ ‘ନିଶା ମୁକ୍ତ ଶପଥ’ କରାଇଥିଲେ । ସଭା ଶେଷରେ ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀମାନେ ନିଶା କୈନ୍ଦ୍ରିକ ଏକ ଛୋଟ ନାଟକ ପରିବେଷଣ କରିଥିଲେ । ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସଦୟ ପଧାନ ଧନ୍ୟବାଦ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ବିନାୟକ ପଣ୍ଡା, ଡ. କାର୍ତ୍ତିକ ଚନ୍ଦ୍ର ସାହୁ, ଡ. ରାଜେଶ ସାହୁ, ଲିପୁଚନ୍ଦ୍ର ସାହୁ ଓ ସ୍ୱେଚ୍ଛାସେବୀ ଠଣସୁନ୍ଦର ନାଏକ, ସାଇମନ ଅଧିକାରୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.