ଲକଡାଉନରେ ଫସିଛନ୍ତି ମହାରାଷ୍ଟ୍ରର ଦୁଇ ପରିବାର, ସହାୟତାର ହାତ ବଢାଇଲେ ସ୍ଥାନୀୟ ଯୁବଗୋଷ୍ଠି

କଳାହାଣ୍ଡି,୨୭/୩ : ମ.ରାମପୁର ଚାରିଛକ ଲକ ଡାଉନ ପ୍ରଭାବ ସର୍ବତ୍ର କଡାକଡି ଭାବେ ଚାଲିଥିବା ବେଳେ ଏହାର ପ୍ରଭାବ ସ୍ଥାନୀୟ ଗରିବ ଖଟିଖିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏ ଭଳି ସ୍ଥିତିରେ ମ.ରାମପୁର ବ୍ଲକର ସଦର ପଂଚାୟତରେ କିଛି ପ୍ରବାସୀ ଅଣ ଓଡିଆ ଗତ ତିନି ମାସରୁ ଉର୍ଦ୍ଧ ସମୟ ଧରି ରାଜା ପଡିଆ ଠାରେ ତମ୍ବୁରେ ସପରିବାର ସହ ରହି ଏଠି ସେଠି କାମ କରି ଜୀବିକା ନିର୍ବାହ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କିନ୍ତୁ ମାରାତ୍ମକ କୋରନା ଭୁତାଣୁର ସଂକ୍ରମଣ କାରଣରୁ ଦେଶବ୍ୟାପୀ ଲାକ ଡାଉନ ଘୋଷଣା ପରେ ଏହି ପ୍ରବାସୀ ଅଣ ଓଡିଆ ମାନେ ଜୀବିକା ହରାଇ ଖାଇବାକୁ ନପାଇ ଭୋକ ଉପାସରେ ପଡି ରହିଥିଲେ। ଦୁଇ ପରିବାରର ଦଶ ଜଣ ସଦସ୍ୟ ମଧ୍ୟରୁ ଦୁଇ ଜଣ ମହିଳା, ତିନି ଜଣ ପୁରୁଷ ଓ ୧୦ବର୍ଷରୁ କମ ବୟଷର ଶିଶୁ ଓ ନାବାଳକ ନାବାଳିକା ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ଏମାନଙ୍କ ଏପରି ସ୍ଥିତିରେ ବିଗତ ତିନି ଦିନ ଧରି ଛୁଆ ମାନଙ୍କୁ ରନ୍ଧା ଖାଦ୍ୟ ଦେଇ ଆସିଥିବା ବେଳେ ସାମ୍ବାଦିକା ତଥା ସମାଜସେବୀ ସଂଯୁକ୍ତା ପୁରୋହିତ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଥିଲେ।

Udyog Nursery
Udyogi Nursery

ଏହା ପରେ ସ୍ଥାନୀୟ କିଛି ଯୁବ ଗୋଷ୍ଠୀ ଚିରାଗ ସିଂ ଦେଓଙ୍କ ନେତୃତ୍ୱରେ ବିଡ଼ିଓ ତହସିଲଦାରଙ୍କ ଉପସ୍ଥିତିରେ ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ଦେଇଥିବା ଦେଖିବାକୁ ମିଳିଛି। ଲକଡାଉନ ନ ସରିବା ପର୍ଯ୍ୟନ୍ତ ଅନ୍ୟତ୍ର ନଯିବା ପାଇଁ ଅନୁରୋଧ କରିବା ସହ ଯଥା ସାମର୍ଥ୍ୟ ସ୍ଥାନୀୟ ଯୁବଗୋଷ୍ଠୀ ଏହି ପ୍ରବାସୀ ଅଣ ଓଡିଆ ମାନଙ୍କୁ ସହାୟତା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଏନେଇ ପ୍ରବାସୀ ପରିବାର ଦ୍ବୟ ସମାଜସେବୀ ସଂଯୁକ୍ତା ପୁରୋହିତ, ଚିରାଗ ସିଂଦେଓ, ସ୍ଥାନୀୟ ବିଡ଼ିଓ ତହସିଲଦାରଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.