ଦୁର୍ଗମାଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ

ଲକଡାଉନ, ସଙ୍ଗରୋଧ, ସରକାରୀ ନିର୍ଦ୍ଦେଶନାମା, ସାମାଜିକ ଦୂରତା ସମନ୍ଧରେ ଜନ ସଚେତନତା

ଲାଞ୍ଜିଗଡ,୩୦/୩ : ସମଗ୍ର ବିଶ୍ୱରେ କରୋନା ଭୁତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଭୟାବହତା ଓ ତା’ର ସଂକ୍ରମଣ ପ୍ରତି ସଚେତନତା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ସାରା ଦେଶ ଲକଡାଉନ ହୋଇଥିବାବେଳେ କୋଭିଡ୍-୧୯ ବିରୁଦ୍ଧରେ ଲଢେଇ ଜାରି ରହିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳର ସାଧାରଣ ଜନତାଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ମା’ସନ୍ତୋଷୀ ଫାଉଣ୍ଡେସନର ପରିଚାଳକ ଅଭିରାମ ନନ୍ଦ, ଡାକ୍ତର ଧଳ, ମାଳିଯୁବାଙ୍ଗର ପୂର୍ବତନ ସରପଞ୍ଚ ଭୀମସେନ ସାହୁ ଓ ମଧୁ ଦଣ୍ଡସେନା, ଗଗନ ସାହୁ ପ୍ରମୂଖ ପ୍ରଚାର ଗାଡ଼ିରେ ବାହାରି ମାଳିଯୁବାଙ୍ଗ, ବେନଙ୍ଗା, ଲାଞ୍ଜି, ଲାଖବାହିଲି ଓ ବନ୍ଧପାରି ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରାଇବା ସହିତ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରୀ ନିର୍ଦ୍ଦେଶ ନାମା, ନିୟମାବଳୀ ପାଳନ ତଥା ସାମାଜିକ ଦୂରତା, ଲକଡାଉନ ଓ ସଂଘରୋଧ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ବାରମ୍ବାର ହାତଧୁଆ, ପରିଷ୍କାର, ପରିଚ୍ଛନ୍ନତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଇଥିଲେ। ବିଶ୍ୱବ୍ୟାପି ବିପଯ୍ୟୟ ଖେଳାଇ ଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ପ୍ରଶାସନ ତଥା ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସେମାନେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.