ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣା

ରାୟଗଡ,୨୮/୫: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତରଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକ ଜଣକ ହେଲେ ସଂଜୁ ଶବର (୪୦) ଓ ଗୁରୁତର ଜଣକ ହେଲେ ସୋନୁ ମାଝି । ତେବେ ଡ୍ରାଇଭର ଗଙ୍ଗା ମୁଣ୍ଡା ଏହି ଦୁର୍ଘଟଣାରୁ ବର୍ତି ଯାଇଥିଲେ । ସମସ୍ତଙ୍କ ଘର ରାଉରକେଲା ଅଂଚଳର ବୋଲି ଜଣାପଡିଥିବା ବେଳେ ରାୟଗଡ ଜିଲ୍ଳା ଶେଷଖାଲ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତରଙ୍କୁ ମଧ୍ୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଘଟଣାଟି ଘଟିଛି ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅଧିନସ୍ଥ ପିତାମହଲ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାଉରକେଲାରୁ ଆମ୍ବଲୋଡ ଆଣିବା ପାଇଁ ଆନ୍ଧ୍ର ପ୍ରଦେଶର ରାମଭଦ୍ରପୁରମ ଅଭିମୁଖେ ଇଚର ଗାଡି ଯାଉଥିବା ବେଳେ ରାୟଗଡ ସହର ଠାରୁ ମାତ୍ର ୫କିଲୋମିଟର ଦୂରତା ଅତିକ୍ରମ କରିଥିବା ବେଳେ ପିତାମହଲ ଗ୍ରାମ ଠାରେ ଗୁରୁବାର ଭୋର ସକାଳ ୪ଟା ସମୟରେ ସଡକ ଦୁର୍ଘଟଣା ଘଟିଥିଲା । ଗାଡି ମଝି ସିଟରେ ବସିଥିବା ସୋନୁ ମାଝି ଶୋଇ ପଡିଥିବା ଯୋଗୁଁ ଗାଡି ଷ୍ଟିୟରିଂ ଉପରେ ନିଦ୍ରାବସ୍ଥାରେ ପଡିଯିବାରୁ ଗାଡିଟି ଦ୍ରୁତ ଗତିରେ ଥିବା ଯୋଗୁଁ ଡ୍ରାଇଭର ଗଙ୍ଗା ଭାରସାମ୍ୟ ହରାଇବାରୁ ଗାଡିଟି ରାସ୍ତାକଡରେ ଛିଡା ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ନେଇ ଜୋରରେ ଧକ୍କା ଦେଇଥିଲା । ଫଳରେ ଗାଡି ଝରକା ପାଖେ ବସିଥିବା ସଂଜୁ ଶବରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ସୋନୁ ମାଝିଙ୍କ ମୁଣ୍ଡରେ ବହୁତ ଆଘାତ ହୋଇଥିଲା । ତେବେ ଡ୍ରାଇଭର ଗଙ୍ଗା ସାମାନ୍ୟ ଆହାତ ହୋଇଥିଲେ । ଏତେ ଜୋରରେ ଧକ୍କା ହେବାର ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ପଂହଚିଥିବା ବେଳେ ଶେଷଖାଲ ଥାନା ପୋଲିସକୁ ଖବର ଦିଆଯାଇଥିଲା ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.