କୋକସରା,୩୦/୫ : ଧର୍ମଗଡ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆମପାଣି ଫରେଷ୍ଟ ର କୁଟୁରୁ ବିଟ ସାହାଜଖୋଲ ଜଙ୍ଗଳରେ ଗେପ୍ ପ୍ଲାଣ୍ଟ ଷ୍ଟେସନ ରେ ଶିଶୁ ନିୟୋଜିତ ହୋଇଥିବା ଓ କୋଭିଡ-୧୯ ନିୟମ ଉଲ୍ଲଙ୍ଗନ କରି କାର୍ଯ୍ୟ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏନେଇ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରିବାରୁ ମୁଁ ମୋର ଏସିଏଫ ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ କହିଥିଲେ । ହେଲେ ତଦନ୍ତ ପାଇଁ ବନ ବିଭାଗର ଅଧିକାରୀ ଆସିଥିବା ଖବର ଶୁଣିବାକୁ ପାଇବା ପରେ ଆମେ ଦକ୍ଷିଣ ବନଖଣ୍ଡ ଡିଏଫଓଙ୍କ ପ୍ରତିକ୍ରିୟା ଜାଣିବାକୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ । ହେଲେ ପ୍ରତିକ୍ରିୟା ଦେବା ବଦଳରେ ନିଜ ବିଭାଗର କର୍ମଚାରୀଙ୍କ ଦୋଷ ଲଚାଇବାକୁ ଯାଇ ଓଳଟା ଗଣମାଧ୍ୟମ ପ୍ରତିନିଧି ଉପରେ ଆରୋପ ପ୍ରତ୍ୟାରୋପ ଲଦି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୁକ୍ତି କରି କାହା ଆନୁମତିରେ ସଂରକ୍ଷିତ ଜଙ୍ଗଳକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ ବୋଲି ଯୁକ୍ତି ବାଢିଥିଲେ ।

ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ସଂରକ୍ଷିତ ଜଙ୍ଗଲକୁ ଲୋକ ଯାଇପାରିବା ନାହିଁ ତ କେମିତ କାଠ ମାଫିଆ ମାନେ ମୂଲ୍ୟବାନ ଗଛ କଟି ନେବା ସହ ସଂରକ୍ଷିତ ଜଙ୍ଗଳକୁ ପଦାକରି ମକା ଚାଷ କରିଆସୁଛନ୍ତି ? କିନ୍ତୁି ଏମାନଙ୍କ ଉପରେ ବନ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ । ବନ ବିଭାଗ ଚାରା ରୋପଣ କାମରେ ଶିଶୁ ଶ୍ରମିକ ନିୟୋଜିତ କରିଥିବା ଓ ଦିନକୁ ଦିନ ଜଙ୍ଗଳ ନଷ୍ଟ ହେଉଥିବା କଥା ଖବର ପ୍ରକାଶ ପାଇବା ପରେ ଲୋକଲୋଚନକୁ ଆସି ବନ ବିଭାଗର ଦୋଷ ଓ ଦୁର୍ବଳତା ପଦାରେ ପଡିଛି । ଯାହାକୁ ଘଣ୍ଟ ଘୋଡାଇବା ପାଇଁ ବିଭାଗର ବଡ ବଡ ବାବୁ ମାନେ ନିଜ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଘଟଣାକୁ ଅତି ହାଲୁକା ଭାବରେ ନେଇ ଚୁପ୍ ବସିଛନ୍ତି । ଖୋଦ୍ ଦାୟୀତ୍ୱରେ ଥିବା କୁଟୁରୁ ବିଟ୍ ର ଫରେଷ୍ଟ ଗାର୍ଡ ହରିଶଙ୍କର ଧରୁଆ ଗଣମାଧ୍ୟମ ଆଗରେ ବାଇଟ ଦେବା ସହ ନିଜର ଭୂଲ ସ୍ୱୀକାର କରି ଭୂଲ ହୋଇଥିବା କହିଥିବାବେଳେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଲରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆରୋପ ପ୍ରତ୍ୟାରୋପ ଲାଗାଇ ଭୟ ଦେଖାଉଛନ୍ତି । ଏବଂ ଆପଣମାନେ କାହା ଅନୁମତିରେ ସଂଗ୍ରକ୍ଷିତ ଜଙ୍ଗଳ କୁ ଯାଇଥିଲେ ବୋଲି ଓଲଟା ପ୍ରଶ୍ନ କରିଥିଲେ ।
ତେବେ ଖୁଲମଖୁଲା ଭାବେ କାଠ ମଫିଆ ମାନେ ଜଙ୍ଗଳ ମଧ୍ୟରେ ଯାଇ କେମିତି ମୂଲ୍ୟବାନ ଗଛ ଗୁଡିକ କାଟି ସଂଗ୍ରକ୍ଷିତ ଜଙ୍ଗଳ କୁ ପ୍ରବେଶ କରୁଛନ୍ତି, ତାହା ଉପରେ ବନ ବିଭାଗ ଅଙ୍କୁଶ ଲାଗାଇ ନଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରିପାରୁ ନାହାନ୍ତି କାହିଁକି । ବନ ବିଭାଗ ନିଜର ଦୋଷ ଓ ଦୁର୍ବଳତା ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଦୋଶ ଲଦି ଦେଉଥିବା ବେଳେ କାହିଁକି ସରକାରଙ୍କ ସମସ୍ତ ନିୟମ ଭାଙ୍ଗି ଚାରା ରୋପଣ କାର୍ଯ୍ୟରେ ଶିଶୁ ଶ୍ରମିକ ନୟୋଜିତ କରିଥିଲେ । ଯଦିଓ ଶିଶୁ ଶ୍ରମିକ ନିୟୋଜିତ କରି କାମ କରାଉଥିଲେ ତେବେ ଅନଲାଇନ ମାଧ୍ୟମରେ ପାରିଶ୍ରମିକ ପାଉଣା ପୈଠ ହେବାର ବ୍ୟବସ୍ଥା ହୋଇଥିବାବେଳେ ସେମାନଙ୍କ ପାରିଶ୍ରମିକ ପାଉଣା ର ଉଚିତ ମୂଲ୍ୟ କାହା ଖାତାରେ ପଢୁଛି ଓ କିଏ ନେଇ ଲାଭବାନ ହେଉଛି ? ନୀରିହ ଆଦିବାସୀ ଛୁଆ ମାନଙ୍କୁ କାମରେ ଲାଗାଇ ବନ ବିଭାଗର ଅଧିକାରି ମାନେ ଅଧିକ ପରିଶ୍ରମ କାରାଇ ସେମାନଙ୍କୁ କମ୍ ମୂଲ୍ୟ ଦେଇ ଟଙ୍କା ଆତ୍ମସାତ କରିବା ପାଇଁ ଯୋଜନା କରି ନାହାଁନ୍ତି ତ ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସବୁଠାରୁ ବଡକଥା ହେଲା କାଯ୍ୟସ୍ଥଲରେ ପିଇବା ପାଇଁ ପାଣି ଟିକକର ବ୍ୟବସ୍ଥା ହୋଇନ ଥିଲାବେଳେ କୋଭିଡ ନିୟମ ଉଲ୍ଲଙ୍ଘନ କରି ମଧ୍ୟ ଶ୍ରମିକ ମାନଙ୍କୁ କାମରେ ଲଗାଇଥିବା ଦେଖିବାକୁ ମିଲିଥିଲା । ଅନ୍ୟପଟେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାର ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।
କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in






