‘ଯେ ପର୍ଯ୍ୟନ୍ତ ମାନବ ସମାଜ ଅଛି ସେ ପର୍ଯ୍ୟନ୍ତ ସାହିତ୍ୟ ଅଛି’

ସୂର୍ଯ୍ୟକାନ୍ତି ଉତ୍ସବ-୨୦୨୧

ଭବାନୀପାଟଣା: ସମାଜର ପ୍ରତିଟି ଘଟଣା ଓ ପରମ୍ପରାକୁ ନେଇ ସାହିତ୍ୟର ଜନ୍ମ ତେଣୁ ଯେ ପର୍ଯ୍ୟନ୍ତ ସମାଜ ଅଛି ସେ ପର୍ଯ୍ୟନ୍ତ ସାହିତ୍ୟ ଥିବ ବୋଲି ସୂର୍ଯ୍ୟକାନ୍ତି ଉତ୍ସବରେ ମଂଚାସିନ ଅତିଥିମାନେ ମତ ଦେଇଛନ୍ତି।

ସାହିତ୍ୟ ଭିତ୍ତିକ ଓ୍ବେବ ଚେନେଲ ସୂର୍ଯ୍ୟକାନ୍ତି ଟିଭି ଦ୍ୱାରା ସ୍ଥାନୀୟ ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରାସବିହାରୀ ବେହେରା, ମୁଖ୍ୟବକ୍ତା କେପ୍ଟେନ ଡ଼. ଜୟଦେବ ସାହୁ ଓ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଗାଳ୍ପିକ ସୁକାନ୍ତ ସାହୁ, ଅଧ୍ୟାପକ ପ୍ରତୀକ ମହାପାତ୍ର ଉପସ୍ଥିତ ଥିଲେ।

ସୂର୍ଯ୍ୟକାନ୍ତି ଟିଭିର ବରିଷ୍ଠ ଉପସ୍ଥାପକ ଯୁଧିଷ୍ଠିର ମୁଦୁଲି ସଭାପତିତ୍ୱ କରିଥିବା ବେଳେ ଉପସ୍ଥାପିକା ତଥା କବୀ କାଜଲ ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଜୀବ କୁମାର ପଣ୍ଡାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। କଳାକାର ସାବିତ୍ରୀ ମହାରଣା ମଞ୍ଚ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ କଳାକାର ଦକ୍ଷ ସାହୁ।

କଳାହାଣ୍ଡି ଥିଏଟରର କଳାକାର ସାବିତ୍ରୀ ମହାରଣା, କାଜଲ ମହାରଣା, ଚିନ୍ମୟୀ ବୈଠାରୁ, ସୁକନ୍ୟା ଦାସ, ଲିଲେଶ ସାହୁ ଓ ଅଭିଷେକ ପୁରୋହିତ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବ ଲେଖକ ଡିଲେଶ୍ୱର ରଣା ଓ ଅଭିନେତା ନଳିନୀକାନ୍ତ ଦାସ । 

କଣ୍ଠଶିଳ୍ପୀ ସୁକନ୍ୟା ଦାସ, ଚିନ୍ମୟୀ ବୈଠାରୁ, ସାବିତ୍ରୀ ମହାରଣା, ପଙ୍କଜ ତାଣ୍ଡେ, ନୃତ୍ୟଶିଳ୍ପୀ ଭୋଳାପ୍ରସାଦ ନାଗ, ଆଶାରାଣୀ ପଣ୍ଡା, ଅନ୍ନପୂର୍ଣ୍ଣା ପଣ୍ଡା ପ୍ରମୁଖ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ମିନୁ ତାଣ୍ଡି, ବିଜେତା ବାଗ, ରମାକାନ୍ତ ସିଂ ସାହାଣୀ, ଚିନ୍ମୟ ମହାଉତି, ଚତୁର୍ଭୁଜ ସାହୁ ଓ ପ୍ରୀତିମୟୀ ରଥ, ତ୍ରିନାଥ ଶ୍ୟାମ କୁମାର ଆଦି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.