ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ରୁନି

ଗୁଣୁପୁର/ରାମନାଗୁଡା: ଜୀବନଯୁଦ୍ଧରେ ହାରିଯାଇଛନ୍ତି ଆଦିବାସୀ ଝିଅ ରୁନି କଣ୍ଡାଗରୀ। ଦୀର୍ଘଦିନ ଧରି ଗଳା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ରୁନି। ତେବେ ବିଶାଖାପାଟଣା ସ୍ଥିତ କେଜିଏଚ୍ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୯.୩୦ ମିନିଟ ସମୟରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ଗଳାକର୍କଟରେ ପୀଡ଼ିତ ରୁନିଙ୍କ ଘର ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତର କରଡା ଗ୍ରାମରେ। ଭଲ ପାଠ ପଢି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ପାଇଁ ଆଗକୁ ଅନେକ ସ୍ବପ୍ନ ଦେଖିଥିଲେ ରୁନି। ତେବେ ଗଳାକର୍କଟ ରୋଗ ରୁନିଙ୍କ ସବୁ ସ୍ବପ୍ନକୁ ଛାରଖାର କରିଦେଇଥିଲା। ମାଟ୍ରିକ ପାସ୍ କରିବା ପରେ +୨କଳାରେ କିସ (କଳିଙ୍ଗ ଇନଷ୍ଟିଚ୍ୟୁଟ ସୋସିଆଲ ସାଇନ୍ସ)ରେ ନାମ ଲେଖାଇଥିଲେ ରୁନି। ସେ ପ୍ରଥମେ ଅସୁସ୍ଥ ହେବାରୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ସ୍ବାସ୍ଥ୍ୟବସ୍ତାରେ ଅବନତି ଦେଖାଦେବାରୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଗଳାରେ କର୍କଟ ରୋଗ ଲକ୍ଷଣ ଦେଖାଦେଇଥିଲା। ଗତ କିଛି ଦିନ ଧରି ରୁନିକୁ ବିଶାଖାପାଟଣାର କେଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୁନିଙ୍କ ବାପା ଜଣେ ଦିନମଜୁରିଆ ତଥା ଗରୀବଶ୍ରେଣୀର ଲୋକ ହୋଇଥିବାରୁ ନିଜସ୍ୱ ଖର୍ଚ୍ଚରେ ଝିଅର ଚିକିତ୍ସା କରାଇଥିଲେ। ରୁନିଙ୍କ ଉଚ୍ଚ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡୁଥିବାରୁ ଅର୍ଥ ବାଧ୍ୟକ ସାଜିଥିଲା। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବିଭିନ୍ନ ଆଡୁ ସହାୟତା ଓ ସହଯୋଗ ହାତ ବଢିଥିଲା। ତେବେ ଦୀର୍ଘ ଦିନ ଧରି ଚିିକିତ୍ସା କରାଯିିବା ପରେ ମଙ୍ଗଳବାର ସକାଳ ସମୟରେ ବିଶାଖାପାଟଣା ସ୍ଥିତ କେଜିଏଚ ମେଡ଼ିକାଲରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ କରଡ଼ାକୁ ଅଣାଯିବା ପରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜଣାପଡିଛି।

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.