ଲାଞ୍ଜିଗଡ଼ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ

ଲାଞ୍ଜିଗଡ଼, (ଦୁଃଖୀଶ୍ୟାମ ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମ୍ କ୍ଳାସ୍, ଇ-ପାଠଶାଳା, ଇ-ମୂଲ୍ୟାଙ୍କନ, ଇ-ପିଟିଏମ୍, ଏକ୍ସଟେଣ୍ଡେଡ୍ ଏମ୍ଆଇଏସ୍, ପିଲାଙ୍କ ନାମଲେଖା, ଆର୍ଥିକ ପରିଚାଳନା, ଫିଟ୍ ଇଣ୍ଡିଆ ସ୍କୁଲ୍ ପଞ୍ଜିକରଣ, ବୃକ୍ଷରୋପଣ, ପୁଷ୍ଟି ଉଦ୍ୟାନ ପୁନରୁଦ୍ଧାର, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ, ମୋ ସ୍କୁଲ୍ ଅଭିଯାନ, ସର୍ବନିମ୍ନ ସାକ୍ଷରତା ଓ ସଂଖ୍ୟାତ୍ମକ ଜ୍ଞାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରୋଷ୍ଟର୍ ଡ୍ୟୁଟି, ଇକୋ କ୍ଲବ୍, ମଧ୍ୟାହ୍ନ ଭୋଜନ ରେସନ୍ ଓ ରନ୍ଧନ ଖର୍ଚ୍ଚ ବଣ୍ଟନ, ଆଇଏଫଏ ଟାବଲେଟ ବଣ୍ଟନ, ପୁସ୍ତକ ବଣ୍ଟନ, ଆଦୌ ନାମ ଲେଖାଇ ନଥିବା ଓ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ତଥ୍ୟ ସଂଗ୍ରହ, ଶିକ୍ଷକ ପ୍ରୋଫାଇଲ୍ ନବୀକରଣ, ଶିକ୍ଷକଙ୍କ କୋଭିଡ ଟୀକା ଗ୍ରହଣ, ଶିକ୍ଷକ-ପ୍ରଧାନଶିକ୍ଷକ ସ୍ୱତନ୍ତ୍ର ବୈଠକ ଆଦି କାର୍ଯ୍ୟକ୍ରମର ଆଲୋଚନା ଓ ସମୀକ୍ଷା କରାଯାଇଥିଲା।

ବୈଠକରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା, ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ, ଭଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ, ବିଶ୍ଵନାଥପୁର ସିଆରସିସି ବିଜୟ ରାୟ, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି, ଚମ୍ପାଦେଇପୁର ସିଆରସିସି ସୌଭାଗ୍ୟ ସାହୁ, ଲାଞ୍ଜିଗଡ଼ ରୋଡ଼ ସିଆରସିସି ପ୍ରକାଶ ଚନ୍ଦ୍ର ପଧାନ, ବନ୍ଧପାରୀ ସିଆରସିସି ତ୍ରିନାଥଶ୍ୟାମ କୁମାର, କାନକୁଟ୍ରୁ ସିଆରସିସି ଗୌରବ ନାଏକ, ବିଜେପୁର ସିଆରସିସି ଜଗଦୀଶ ପୁଟା, ମାଳିଯୁବାଙ୍ଗ ସିଆରସିସି ପରମେଶ୍ବର ନାଏକଙ୍କ ସମେତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.