ରାୟଗଡ ପ୍ରେସ କ୍ଳବ ଦ୍ୱାରା ପ୍ରେମ ପାହାଡରେ ବୃକ୍ଷରୋପଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ପ୍ରେସ୍ କ୍ଳବ ଦ୍ୱାରା ଆଜି ସ୍ଥାନୀୟ ପ୍ରେମ ପାହାଡ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଳବ ସଭାପତି ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ବୃକ୍ଷ ହିଁ ଜୀବନ, ମହାମାରୀ କରୋନା କାଳରେ ଅମ୍ଳଜାନର ଆବଶ୍ୟକତାକୁ ସାରା ବିଶ୍ୱ ତାହାର ମୂଲ୍ୟ ବୁଝିପାରିଛି ତେଣୁ ପ୍ରତ୍ୟେକ ନାଗରିକ ବୃକ୍ଷର ଯତ୍ନ ନେବା ସହ ତାହାକୁ ସୁରକ୍ଷା ଦେବା ପାଇଁ ଆଜି ଠାରୁ ଆଗେଇ ଆସିବା ଦରକାର ବୋଲି କହିଥିଲେ ।


ସେହିପରି ରାଜ୍ୟକୁ ଆଗାମୀ ବର୍ଷଗୁଡିକରେ ସବୁଜ ପରିବେଶ ବଳୟରେ ପରିଣତ କରିବା ପାଇଁ ଚଳିତ ମୈାସୁମୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମୋ ପରିବାର ଅନ୍ତର୍ଗତ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିବାରୁ ରାୟଗଡ ଜିଲ୍ଳାର ଯୁବକୁଯବତୀମାନେ ମଧ୍ୟ ପରିବେଶର ସୁରକ୍ଷା ଓ ଆଗାମୀ ପୀଢିର ଭବିଷ୍ୟତ ପାଇଁ ବୃକ୍ଷରୋପଣ କରିବାକୁ ଆଗେଇ ଆସନ୍ତୁ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ଶ୍ରୀ ରାଓ ବୃକ୍ଷରୋପଣ କରି ପ୍ରକାଶ କରିଥିଲେ ।


ପ୍ରେମ ପାହାଡ ପରିସରରେ ଜାମୁକୋଳି, ନିମ, ଅଁଳା ଭଳି ବିଭିନ୍ନ ପ୍ରଜାତିର ଔଷଧୀୟ ଚାରା ରୋପଣ କରାଯାଇଥିଲା । ରାୟଗଡ ବନ ବିଭାଗ ଓ ୱାକର୍ସ କ୍ଳବ ସହାୟତାରେ କାର୍ଯ୍ୟକ୍ରମଟି ସୁପରିଚାଳନା ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,


ବରିଷ୍ଠ ଆଇନଜୀବି ବ୍ରଜସୁନ୍ଦର ନାୟକ, ଶିକ୍ଷାବିତ୍ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ୱାକର୍ସ କ୍ଳବ ଉପଦେଷ୍ଠା ସତ୍ୟବାଦୀ ପତି, ସଭାପତି ସୁନୀଲ ପଣ୍ଡା,ସଂପାଦକ ଶର୍ଙ୍କଷଣ ମଙ୍ଗରାଜ, ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀ ଓ ଅନ୍ୟ ବନ କର୍ମଚାରୀଙ୍କ ସମେତ ପ୍ରେସ୍ କ୍ଳବ, ରାୟଗଡର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.